ଭୁବନେଶ୍ବର: ଶିକ୍ଷା କ୍ଷେତ୍ରରେ କିସ୍ କୁ ପୁଣି ସଫଳତା । ଜାତିସଂଘ ପକ୍ଷରୁ କିସ୍କୁ ବିଶ୍ବ ସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ ‘ୟୁନେସ୍କୋ ଇଣ୍ଟରନ୍ୟାସନାଲ ଲିଟେରାସି ପୁରସ୍କାର-୨୦୨୨’ ପ୍ରଦାନ କରାଯାଇଛି। ଏହି ଅନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ପାଇବାରେ କିସ୍ ବିଶ୍ୱର ପ୍ରଥମ ଜନଜାତି ଅନୁଷ୍ଠାନ ହୋଇଥିବା ବେଳେ ଭାରତର ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନ କ୍ଷେତ୍ରରେ ପଞ୍ଚମ ଅନୁଷ୍ଠାନ ଓ ତୃତୀୟ ଏନ୍ଜିଓ।
ଆଫିକ୍ରାର ଡି ଆଇଭୋର୍ କୋଷ୍ଟଠାରେ ୟୁନେସ୍କୋ ପକ୍ଷରୁ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ କିସ୍ର ପ୍ରତିନିଧି ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ପୁରସ୍କାର ବାବଦରେ କିସ୍କୁ ୨୦ ହଜାର ଆମେରିକୀୟ ଡଲାର, ମେଡାଲ୍ ଓ ପ୍ରଶସ୍ତିପତ୍ର ପ୍ରଦାନ କରଯାଇଛି।
Comments are closed.