Latest Odisha News

BREAKING NEWS

ପୋଲ ତଳୁ ଅଜଣା ମୃତଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ନାଥସାହିରେ ଥିବା ପେଟ୍ରୋଲ ପମ୍ପ ନିକଟ ପୋଲ ତଳୁ ମୃତଦେହ ଉଦ୍ଧାର । ଏଯାଏଁ ମୃତବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଛି । ମୃତଦେହଟି ପୋଲ ତଳେ ଥିବା ପାଇପଲାଇନ୍ ନିକଟରେ ପଡ଼ିରହିଥିଲା ।

ଆଜି ସକାଳୁ ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୁରୁଣା ବଜାର ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲକୁ ପଠାଇଛି ।

Leave A Reply

Your email address will not be published.