Latest Odisha News

ବଡ ଖବର: ୟୁନିଫାଏଡ୍‌ ପେନସନ୍‌ ସ୍କିମ୍‌କୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ୟୁନିଫାଏଡ୍‌ ପେନସନ୍‌ ସ୍କିମ୍‌କୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର । ୟୁନିଫାଏଡ୍‌ ପେନସନ୍‌ ସ୍କିମ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ । ସ୍କିମ୍‌ ଦ୍ବାରା ୨୩ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ୨୦୨୫ ଏପ୍ରିଲ ୧ ତାରିଖରୁ ଲାଗୁ ହେବ ଏହି ୟୁନିଫାଇଡ୍‌ ପେନସନ ସ୍କିମ୍‌ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ସରକାରୀ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୟୁପିଏସ୍‌କୁ ମଞ୍ଜୁର ଦେଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଯେଉଁମାନେ ୨୦୦୪ରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଅବସର ନେଇଛନ୍ତି ବା ନେବେ, ସେମାନେ ମଧ୍ୟ ଏହି ପେନସନ ଯୋଜନାର ଲାଭ ପାଇପାରିବେ। ଏହା ବ୍ୟତୀତ ସେମାନେ ସୁଧ ସହିତ ବକେୟା ଅର୍ଥ ମଧ୍ୟ ପାଇବେ।

ଏହି ପେନସନ ସ୍କିମ୍ ଅନୁଯାୟୀ, ଯଦି ଜଣେ କର୍ମଚାରୀ ସର୍ବନିମ୍ନ ୨୫ ବର୍ଷ କାର୍ଯ୍ୟ କରିଛନ୍ତି, ତେବେ ପେନସନ ଭାବରେ ଅବସର ପୂର୍ବରୁ ଗତ ୧୨ ମାସ ମଧ୍ୟରେ ସେ ହାରାହାରି ବେତନର ଅତିକମରେ ୫୦ ପ୍ରତିଶତ ପାଇବେ । ୟୁପିଏସ ଯୋଜନାରେ ୨୩ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ। ଏହି ଯୋଜନା ୨୦୨୫ ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ। କର୍ମଚାରୀମାନେ ଏନପିଏସ ଏବଂ ୟୁପିଏସ ମଧ୍ୟରେ ଚୟନ କରିବାର ବିକଳ୍ପ ପାଇବେ । ଯଦି ଜଣେ ପେନସନଧାରୀ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କ ପରିବାର ମୃତ୍ୟୁ ସମୟରେ ପାଇଥିବା ପେନ୍‌ସନ୍‌ର ୬୦ ପ୍ରତିଶତ ପାଇବେ। ଯଦି ଆପଣ ୧୦ ବର୍ଷ ପରେ ଚାକିରି ଛାଡିଦିଅନ୍ତି, ତେବେ ଆପଣଙ୍କୁ ୧୦ ହଜାର ଟଙ୍କା ପେନସନ ମିଳିବ । ଏଥିସହ ମୁଦ୍ରାସ୍ଫୀତି ସୂଚକାଙ୍କର ଲାଭ ମଧ୍ୟ ମିଳିବ ।

Comments are closed.