Latest Odisha News

BREAKING NEWS

କେନ୍ଦ୍ରୀୟ ବଜେଟର ଇତିହାସ…

ନୂଆଦିଲ୍ଲୀ: ସମ୍ବିଧାନର ଧାରା ୧୧୨ ଅନୁଯାୟୀ ଭାରତର କେନ୍ଦ୍ରୀୟ ବଜେଟ ତଥା ବାର୍ଷିକ ବଜେଟ୍ ତିଆରି ହୁଏ । ପୂର୍ବରୁ ୨୦୧୬ ପର୍ଯ୍ୟନ୍ତ ଫେବୃଆରୀ ମାସର ଶେଷ ତାରିଖରେ ଦେଶର ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରୁଥିଲେ । ଏବେ କିନ୍ତୁ ଭାରତ ସରକାର ଏଥିରେ ପରିବର୍ତନ ଆଣି ପ୍ରତିବର୍ଷ ଫେବୃଆରୀ ମାସର ପ୍ରଥମ ଦିନରେ ବଜେଟ ପ୍ରସ୍ତାବିତ କରିଥାନ୍ତି । ଅର୍ଥମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତାବିତ ବଜେଟ ସଂସଦର ଉଭୟ କକ୍ଷରେ ଅନୁମୋଦନ କରାଯାଏ । ଏହାପରେ ନୂଆ ଭାରତୀୟ ଆର୍ôଥକ ବର୍ଷ ତଥା ଏପ୍ରିଲ ୧ ଠାରୁ ବିଧିବଦ୍ଧ ଭାବେ ଏହାକୁ ଲାଗୁ କରାଯାଇଥାଏ । ପୂର୍ବତନ ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇ ସର୍ବାଧିକ ୧୦ଥର ବଜେଟ୍ ପ୍ରସ୍ତୁତ କରିଛନ୍ତି ।

ଜାନୁଆରୀ ୨୬, ୧୯୪୭ରେ ପ୍ରଥମ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହୋଇଥିଲା । ଏହାକୁ ସମ୍ବିଧାନରେ ଆର୍‌.କେ ଶନ୍‌ମୁଖମ ଚେଟ୍ଟି ଉପସ୍ଥାପନ କରିଥିଲେ ।

ଏହାପରେ ଅନ୍ତରୀଣ ବଜେଟ ୧୯୬୨-୬୩ ସହ ୧୯୫୯-୬୦,୧୯୬୩-୬୪ ଆର୍ଥିକ ବର୍ଷ ପାଇଁ ମୋରାରଜୀ ଦେଶାଇ କେନ୍ଦ୍ରୀୟ ବଜେଟ ତିଆରି କରିଥିଲେ । ୧୯୬୪ ଏବଂ ୧୯୬୮ରେ ନିଜ ଜନ୍ମଦିନ ଫେବୃଆରୀ ୨୯ରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଥିବା ପ୍ରଥମ ଓ ଏକମାତ୍ର ଅର୍ଥମନ୍ତ୍ରୀ ଥିଲେ ମୋରାରଜୀ ଦେଶାଇ । ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବଜେଟରେ ପାଂଚ ବର୍ଷର ବାର୍ଷିକ ବଜେଟ ସାମିଲ ଥିଲା । ସେ ତାଙ୍କର ପ୍ରଥମ କାର୍ଯ୍ୟକାଳ ସମୟରେ ଏକ ଆନ୍ତରୀଣ ବଜେଟ ଏବଂ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ଆଉ ଏକ ଅନ୍ତରୀଣ ବଜେଟ ଏବଂ ତୃତୀୟ କାର୍ଯ୍ୟାକାଳରେ ତିନୋଟି ବଜେଟ ପ୍ରସ୍ତୁତ କରିଥିଲେ । ଏହି ସମୟରେ ସେ ଅର୍ଥମନ୍ତ୍ରୀ ଥିବା ସହ ଭାରତର ଉପ-ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ ।

ମୋରାରଜୀ ଦେଶାଇଙ୍କ ଇସ୍ତଫା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଏହାପରେ ପ୍ରଣବ ମୁଖାର୍ଜୀ ୧୯୮୨-୮୩, ୧୯୮୩-୮୪ ଏବଂ ୧୯୮୪-୮୫ର ବାର୍ଷିକ ବଜେଟ ପ୍ରସ୍ତୁତ କରିଥିଲେ ।

ଭି.ପି ସିଂହ ସରକାର ପରେ ୧୯୮୭-୮୯ ଆର୍ଥିକ ବର୍ଷର ବଜେଟକୁ ରାଜୀବ ଗାନ୍ଧୀ ପ୍ରସ୍ତୁତ କରିଥିଲେ । ମା ଏବଂ ଜେଜେଙ୍କ ପରେ ବଜେଟ ପ୍ରସ୍ତୁତ କରିବାରେ ତୃତୀୟ ପ୍ରଧାନମନ୍ତ୍ରୀ ଥିଲେ ରାଜୀବ ଗାନ୍ଧୀ । ସେହିପରି ଏନ୍‌ଡି ତିୱାରୀ ୧୯୮୮-୮୯ ପାଇଁ ବଜେଟ ପ୍ରସ୍ତୁତ କରିଥିଲେ । ୧୯୮୯-୯୦ ପାଇଁ ଏସ୍‌ବି ଚୌହାନ ଏବଂ ୧୯୯୦-୯୧ କେନ୍ଦ୍ରୀୟ ବଜେଟ ପ୍ରସ୍ତୁତ କରିଥିଲେ ମଧୁ ଦଣ୍ଡବତେ । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତତ୍‌କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହ ୧୯୯୧-୯୨ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତ କରିଥିଲେ ।
୧୯୯୨-୯୩ ବର୍ଷ ପାଇଁ ବଜେଟ ପ୍ରସ୍ତୁତ କରି ବିଦେଶୀ ନିବେଶକୁ ପ୍ରୋତ୍ସାହନ ଦେବା ସହ ଅର୍ଥ ବ୍ୟବସ୍ଥାକୁ ଆହୁରି ସରଳି କରଣ କରିଥିଲେ ମନମୋହନ ସିଂହ । ଏହାପରେ ୧୯୯୬-୯୭ ଏବଂ ୧୯୯୭-୯୮ରେ ପି.ଚିଦାମ୍ବରମ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଥିଲେ । ୧୯୯୮ରେ ବିଜେପି କେନ୍ଦ୍ରରେ ସରକାର ଗଢ଼ିବା ପରେ ତତ୍‌କାଳୀନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ୧୯୯୮-୯୯ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଥିଲେ । ୧୯୯୯ରେ ଯଶବନ୍ତ ସିହ୍ନା ପୁଣି ଥରେ ଅର୍ଥମନ୍ତ୍ରୀ ହେଲେ । ଏହାପରେ ୧୯୯୯-୨୦୦୦ ଏବଂ ୨୦୦୨-୨୦୦୩ ଯାଏଁ ବଜେଟ ପ୍ରସ୍ତୁତ କରିଥିଲେ । ସେହପରି ୨୦୦୪ରେ ଯଶବନ୍ତ ସିହ୍ନାଙ୍କ ଦ୍ୱାରା ହିଁ ପ୍ରସ୍ତୁତ ହୋଇଥିଲା ଅନ୍ତରୀଣ ବଜେଟ ।

ବଜେଟ ଘୋଷଣା ସମୟ:

୨୦୦୦ ମସିହା ଯାଏଁ ଫେବୃଆରୀ ମାସର ଶେଷ ଦିନର ସନ୍ଧ୍ୟା ୫ଟାରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରାଯାଉଥିଲା । ବ୍ରିଟିଶ ଶାସନ କାଳରୁ ଏହି ସମୟ ପ୍ରଚଳିତ ହୋଇଆସୁଥିଲା ।

ତେବେ ବ୍ରିଟିଶ ସରକାର ଦ୍ୱିପହରରେ ବଜେଟ ପ୍ରସ୍ତୁତ କରୁଥିବା ବେଳେ ଭାରତ ସରକାର ଏହାକୁ ସନ୍ଧ୍ୟାରେ ଉପସ୍ଥାପନ କରିବା ଆରମ୍ଭ କରିଥିଲେ । ଅଟଳ ବିହାରୀ ବାଜେପେୟୀଙ୍କ ଏନ୍‌ଡିଏ ସରକାରର ତତ୍‌କାଳୀନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ଏହି ପରମ୍ପରା ଭାଙ୍ଗିବା ସହ ୨୦୦୧ରେ କେନ୍ଦ୍ରୀୟ ବଜେଟ ଉପସ୍ଥାନର ସମୟ ବଦଳାଇ ଦେଇଥିଲେ । ସନ୍ଧ୍ୟା ବଦଳରେ ଦିନ ୧୧ଟାରେ ସଂସଦରେ ଉପସ୍ଥାପନ ହୋଇଥିଲା କେନ୍ଦ୍ରୀୟ ବଜେଟ ।

Comments are closed.