Latest Odisha News

BREAKING NEWS

ଆସନ୍ତା ୨୯ରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ:ଆସନ୍ତା ଜାନୁଆରୀ ୨୯ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହ ଲୋକସଭା ଏବଂ ରାଜ୍ୟସଭାକୁ ସମ୍ବୋଧନ କରିବେ। ସେହିପରି ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଗୃହରେ ଉପସ୍ଥାପନ କରିବେ।

ସଂସଦର ବଜେଟ୍ ଅଧିବେଶନ ଦୁଇଟି ଭାଗରେ ଅନୁଷ୍ଠିତ ହେବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ ରେ ରାଷ୍ଟ୍ରପତି କୋବିନ୍ଦଙ୍କ ସମ୍ବୋଧନ ସହିତ ଆରମ୍ଭ ହୋଇ ଫେବୃଆରୀ ୧୫ ରେ ଶେଷ ହେବ। ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।

କୋଭିଡ ସଂକ୍ରମଣର ଭୟ ଥିବାରୁ ଗୃହ ୪ ଘଣ୍ଟା ପାଇଁ ଚାଲିବ ।

୨୦୨୦ରେ ସରକାର କରୋନାକୁ ଦୃଷ୍ଟିରେ ରଖି ମୌସୁମୀ ଅଧିବେଶନକୁ ଅଧାରୁ ବନ୍ଦ କରିଥିଲେ। ସେହିପରି ଶୀତ ଅଧିବେଶନକୁ ସରକାର ଆଦୌ ଡାକି ନଥିଲେ। ଏବେ ଜାନୁଆରୀ ୨୯ରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ଲକ୍ଷ୍ୟ ରଖିଛନ୍ତି।

Leave A Reply

Your email address will not be published.