Latest Odisha News

BREAKING NEWS

ଆଦିପୁରୁଷରେ ୯ଫୁଟ ହେବ ସୈଫଙ୍କ ଉଚ୍ଚତା

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ସୈଫ ଅଲୀ ଖାଁ ଅଭିନୀତ ଆଦିପୁରୁଷ ଆରମ୍ଭ ହେବା ଦିନରୁ ଏବେ ଚର୍ଚ୍ଚାରେ ରହିଆସିଛି । ଓମ ରାଉତ ନିର୍ଦ୍ଦେଶିତ ଏହି ଫିଲ୍ମ ରାମାୟଣ ଉପରେ ଆଧାରିତ । ରାମଙ୍କ ଭୁମିକାରେ ପ୍ରଭାସ ଏବଂ ରାବଣ ଭାବେ ସୈଫ ଅବତୀର୍ଣ୍ଣ ହେବେ । ରାବଣର ଚରିତ୍ରକୁ ଭୟାବହ କରିବା ପାଇଁ ସୈଫଙ୍କ ଉଚ୍ଚତା ୮ଫୁଟରୁ ୯ଫୁଟ ପର୍ଯ୍ୟନ୍ତ କରାଯିବ । ଏଥିପାଇଁ ସ୍ପେଶାଲ ଇଫେକ୍ଟସର ବ୍ୟବହାର କରାଯିବ । ଏହା ବ୍ୟତୀତ ବଡ ବଡ ନିଶ,ଲମ୍ବା କେଶ ସହ ବଳିଷ୍ଠ ଚେହେରା ଭାବେ ରାବଣକୁ ଉପସ୍ଥାପନ କରାଯିବ ।

ଆଦିପୁରୁଷ ଫିଲ୍ମକୁ ଟି-ସିରିଜର କୃଷ୍ଣ କୁମାର ଏବଂ ଓମ୍ ରାଉତ, ରେଟ୍ରୋ ଫିଲ୍ମସର ପ୍ରସାଦ ସୁତାର ଓ ରାଜେଶ ନାୟାର ପ୍ରଡ୍ୟୁସ କରୁଛନ୍ତି । ଏହାର ଡାଇଲଗ ମନୋଜ ମୁତାଂଶିର ଲେଖୁଛନ୍ତି । ଏହି ବହୁଭାଷୀ ୩ଡି ଫିଲ୍ମକୁ ୧୧ ଅଗଷ୍ଟ ୨୦୨୨ରେ ରିଲିଜ କରାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.