Latest Odisha News

BREAKING NEWS

ଆସନ୍ତା ୨୮ରୁ ଚାଲିବ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ। ଏନେଇ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ଶ୍ରୀ ରିଜିଜୁ ଜଣାଇଛନ୍ତି ଯେ, ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ଜାନୁଆରୀ ୨୮ରୁ ଫେବୃୟାରୀ ୧୩ ପର୍ଯ୍ୟନ୍ତ ପ୍ରଥମ ଅଧିବେଶନ ଚାଲିବ।

ମାର୍ଚ୍ଚ ୯ ରୁ ଏପ୍ରିଲ ୨ ଯାଏଁ ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ। ଫେବୃୟାରୀ ୧ ତାରିଖରେ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ। ୨୯ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ। ଶ୍ରୀ ରିଜିଜୁ ଆହୁରି ଜଣାଇଛନ୍ତି ଯେ, ଏହି ଅଧିବେଶନ ଅର୍ଥପୂର୍ଣ୍ଣ ବିତର୍କ ଏବଂ ଲୋକ-କୈନ୍ଦ୍ରିକ ଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବ ।

Comments are closed.