Latest Odisha News

BREAKING NEWS

କ୍ୟାବିନେଟ ମଞ୍ଜୁରୀ: LPG ଗ୍ୟାସ ସିଲିଣ୍ଡର ଉପରେ ମିଳିବ ୨୦୦ ଟଙ୍କା ସବସିଡି

ନଆଦିଲ୍ଲୀ: LPG ଗ୍ୟାସ ସିଲିଣ୍ଡର ଉପରେ ମିଳିବ ୨୦୦ ଟଙ୍କା ସବସିଡି  । ଏହି ସବସିଡିକୁ ମିଳିଛି କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ।    ଉଜ୍ଜଳା ଯୋଜନାରେ ୨୦୦ ଟଙ୍କା ସବ୍‌ସିଡିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ବର୍ଷକୁ ୧୨ଟି ସିଲିଣ୍ଡର ଉପରେ ମିଳିବ ଏହି ରିହାତି । ଏହି  ଘୋଷଣା ପରେ ହିତାଧିକାରୀଙ୍କୁ ମିଳିଛି ଆଶ୍ୱସ୍ତି । ମହଙ୍ଗାମାଡରେ ଛଟପଟ ହେଉଥିବାବେଳେ ଏହି ୨୦୦ ଟଙ୍କାର ସବସିଡି ଆଶ୍ୱସ୍ତି ଦେଇଛି । 

ଆଗକୁ ନିର୍ବାଚନ ଆସୁଥିବାରୁ କେନ୍ଦ୍ର ସରକାର ଖାଉଟି ଏଲପିଜି ସିଲିଣ୍ଡର ଉପରେ ସବସିଡି ଘୋଷଣା କରିଛନ୍ତି । ଏଠି କହିରଖିବୁ, ଚଳିତ ମାସ ଅଗଷ୍ଟ ପହିଲାରୁ ପେଟ୍ରୋଲିୟନ କମ୍ପାନୀ ପକ୍ଷରୁ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ହ୍ରାସ କରିଥିଲେ । ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତନ କରାଯାଇନଥିଲା ।

ସୂଚନାଥାଉ କି, କେନ୍ଦ୍ର ସରକାର ଘରୋଇ ଗ୍ୟାସ ସିଲିଣ୍ଡର (୧୪.୨ କି.ଗ୍ରା) ଉପରେ ୨୦୦ ଟଙ୍କା ଛାଡ କରିଛନ୍ତି । ତେବେ ଏହି ସୁବିଧା କେବଳ ଉଜ୍ଜ୍ୱଳା ହିତାଧିକାରୀମାନେ ହିଁ ପାଇପାରିବେ । ଏଥିପାଇଁ  କେନ୍ଦ୍ର ସରକାରଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷରେ ୬,୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଏହି ଘୋଷଣା ପରେ ଦିଲ୍ଲୀରେ ସିଲିଣ୍ଡରର ଦାବ ୧, ୬୮୦ ହୋଇଛି । ସେହିପରି କୋଲକାତାରେ ୧୮୦୨.୫୦ ଏବଂ ମୁମ୍ବାଇରେ ୧୬୪୦.୫୦ ଏବଂ ଚେନ୍ନାଇରେ ୧୮୫୨.୫୦ ଟଙ୍କା ଅଛି ।

ଦେଶରେ ୧୦ କୋଟିରୁ ଅଧିକ ହିତାଧିକାରୀ ଉଜ୍ଜଳା ଯୋଜନାରେ ଗ୍ୟାସ ନେଉଥିବାବେଳେ ଓଡ଼ିଶାରେ ୫୩ଲକ୍ଷରୁ ଅଧିକ ହିତାଧିକାରୀ ରହିଛନ୍ତି ।

 

Leave A Reply

Your email address will not be published.