Latest Odisha News

BREAKING NEWS

ରକ୍ଷା ବନ୍ଧନର ମାନ ରଖିଲା ଭାଇ, ଜୀବନ ଦେଇ ରଖିଲା ଭଉଣୀର ସମ୍ମାନ

ପ୍ରୟାଗରାଜ: ରାତି ପାହିଲେ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତା ଭଉଣୀ । କିନ୍ତୁ ରାକ୍ଷୀ ପୁର୍ଣ୍ଣିମାର ଗୋଟିଏ ଦିନ ଆଗରୁ ଭଉଣୀକୁ ରାକ୍ଷୀ ପାଉଣା ଦେଇ ଚାଲିଗଲା ଭାଇ । ୟୁପିର ପ୍ରୟାଗରାଜରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଖେରି ଅଞ୍ଚଳରେ ଜଣେ ଛାତ୍ର ନିଜ ଭଉଣୀଙ୍କ ସହ ହୋଇଥିବା ଅଶାଳୀନ ବ୍ୟବହାକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଖବର ଏବେ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଗତ କାଲି ସନ୍ଧ୍ୟାରେ ଏହି ଘଟଣାଟି ଘଟିଥିବା ବେଳେ ଏବେ ସମଗ୍ର ଦେଶରେ ଏହା ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତାକୁ ଓହ୍ଲାଇ ରାସ୍ତା ଅବରୋଧ କରିଛନ୍ତି।

ଅଭିଯୋଗ ଅନୁସାରେ, ଉତ୍ତରପ୍ରଦେଶର ପ୍ରୟାଗରାଜ ସହରଠାରୁ ୭୦ କିଲୋମିଟର ଦୂରରେ ଥିବା ଖେରୀ ପୋଲିସ ଷ୍ଟେସନ ଅଞ୍ଚଳର ପୁର ଦତ୍ତୁ ଗ୍ରାମରେ ରହୁଥିବା ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କୁ ହତ୍ୟା କରାଯାଇଛି। ସେ ପରମାନନ୍ଦ ଇଣ୍ଟର କଲେଜ,ଖେରୀରେ ଅଧ୍ୟୟନ କରୁଥିଲେ। ସେ ଗତକାଲି ସ୍କୁଲ ଯାଉଥିବା ବେଳେ ତାଙ୍କ ଭଉଣୀଙ୍କୁ କିଛି ଯୁବକ ମିଳିମିଶି କମେଣ୍ଟ କରିବା ସହ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଅସଦାଚରଣ କରିବାରୁ କିଛି ଛାତ୍ରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଛୁଟି ପରେ, ଛାତ୍ର ଜଣକ ଘରକୁ ଫେରୁଥିବା ବେଳେ ଉକ୍ତ ଛାତ୍ରମାନେ ତାଙ୍କୁ ରାସ୍ତାରେ ଅଟକାଇ ମାରପିଟ୍ କରିଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ।

ଘଟଣାସ୍ଥଳରୁ ଉକ୍ତ ଛାତ୍ରମାନେ ଫେରାର ଥିବା ବେଳେ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ରାସ୍ତାରେ ବିକ୍ଷୋଭ କରିବା ସହ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି । ବିଳମ୍ବିତ ରାତିରେ କମିଶନର ରମିତ ଶର୍ମା ଘଟଣାସ୍ଥଳରେ ପହଞ୍ଚି କୌଣସି ପ୍ରକାରେ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ଘଟଣାର ଯାଞ୍ଚ କରୁଥିବା ଜଣା ପଡ଼ିଛି । ତେବେ ପରବର୍ତ୍ତୀ ଅଘଟଣକୁ ଟାଳିବା ପାଇଁ ଘଟଣାସ୍ଥଳରେ ପୋଲିସ ମୁତୟନ ରହିଛି।

 

 

 

 

 

Leave A Reply

Your email address will not be published.