Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ଆକସ୍ମିକ ପରଲୋକ

ବେଙ୍ଗାଲୁରୁ: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ଗତକିଛି ଦିନ ଧରି ସେ କ୍ୟାନସର୍ ରୋଗରେ ପୀଡ଼ିତ ହୋଇ ବେଙ୍ଗାଲୁରୁର ଏକ ଘରୋଇ ଡ଼ାକ୍ତରଖାନାରେ ରହି ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୯ ବର୍ଷ ବୟସ ହୋଇଥିଲା ।

ବରିଷ୍ଠ ବିଜେପି ନେତା ସ୍ୱଗତଃ ଅନନ୍ତ କୁମାର ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଘରୋଇ ବିମାନ ଚଳାଚଳ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ ମଧ୍ୟ ବାଜପେୟୀ ମନ୍ତ୍ରୀମଣ୍ଡଳରେ ପର୍ଯ୍ୟଟନ ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ।

ସେ ହେଉଛନ୍ତି ପ୍ରଥମ ଭାରତୀୟ ବ୍ୟକ୍ତି ଯିଏକି ମିଳିତ ଜାତିସଂଘରେ କନ୍ନଡ଼ ଭାଷାରେ ଭାଷଣ ପ୍ରଦାନ କରିଛନ୍ତି ।

କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଅନନ୍ତ କୁମାରଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି ବରିଷ୍ଠ ବିଜେପି ନେତା ଅନନ୍ତ କୁମାରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।

ବିଜେପିର ବରିଷ୍ଠ ନେତା ସ୍ୱର୍ଗତଃ ଅନନ୍ତ କୁମାର ଦକ୍ଷିଣ ବେଙ୍ଗାଲୁରରୁ ଲଗାତର ୬ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଦକ୍ଷିଣ ଭାରତର ଜଣେ ଆଗଧାଡ଼ିର ବିଜେପି ନେତା ଭାବେ ସେ ପରିଗଣିତ ଥିଲେ ।

Leave A Reply

Your email address will not be published.