Latest Odisha News

BREAKING NEWS

ମିତାଲୀଙ୍କ ଧୁଆଁଧାର ବ୍ୟାଟିଂରେ ପାକିସ୍ତାନ ଚିତପଟ୍ଟାଙ୍ଗ୍

ଭୁବନେଶ୍ୱର: ୱେଷ୍ଟଇଣ୍ଡିଜରେ ଚାଲିଥିବା ମହିଳା ବିଶ୍ୱକପ ଟି-୨୦ରେ ରବିବାର ଦିନ ଭାରତ ତାର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି । ସମସ୍ତ ବିଭାଗରେ ଭାରତ ସୁନ୍ଦର ଖେଳ ପ୍ରଦର୍ଶନ କରି ଏହି ବିଶ୍ୱକପ ମୁକାବିଲାରେ ପାକିସ୍ତାନକୁ ଧୂଳି ଚଟାଇଛି ।

ଭାରତୀୟ ଓପନର୍ ତଥା ପୂର୍ବତନ ଅଧିନାୟିକା ମିତାଲୀ ରାଜଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଭାରତ ଏହି ମ୍ୟାଚରେ ବିଜୟ ହାସଲ କରିପାରିଛି । ପଡ଼ୋଶୀ ପାକିସ୍ତାନ ବିପକ୍ଷ ଏହି ମ୍ୟାଚରେ ଭାରତୀୟ ମହିଳା ଦଳ ସମସ୍ତ ବିଭାଗରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲେ ।

ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଟସ ଜିତି ପ୍ରଥମେ ଫିଲ୍ଡିଂ ନେବାକୁ ନିଷ୍ପତ୍ତି ନେଇଥିଲେ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୭ ରନ କରିଥିଲା । ପାକିସ୍ତାନ ମହିଳା ଦଳ ପକ୍ଷରୁ ବିସମା ମାରୁଫ ୫୩ ଓ ନୀଦା ଦର୍ ୫୨ ରନ କରିଥିଲେ ।

ଭାରତୀୟ ବୋଲର୍ ପୁନମ ଯାଦବ ଓ ହେମଲତା ୨ଟି କରି ୱିକେଟ ହାସଲ କରିପାରିଥିଲେ ।

ଭାରତ ଆଗରେ ପାକିସ୍ତାନ ରଖିଥିବା ୧୩୮ ରନର ବିଜୟ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ୨ ଭାରତୀୟ ଓପନର ସ୍ମୃତି ମାନ୍ଧନା ଏବଂ ମିିତାଲି ରାଜ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ମିତାଲି ୪୭ଟି ବଲରେ ୭ଟି ଚୌକା ସହିତ ୫୬ ରନ ଏବଂ ସ୍ମୃତି ୨୬ ରନ କରିଥିଲେ । ଭାରତୀୟ ସ୍କୋର ୭୧ ରନ ହୋଇଥିବା ବେଳେ ଦଳ ପ୍ରଥମ ୱିକେଟର ପତ୍ତନ ଘଟିଥିଲା । ଦଳ ପକ୍ଷରୁ ରୋଡ୍ରିଗ୍ୟୁଜ୍ ୧୬ ଏବଂ କପ୍ତାନ ହରମନପ୍ରୀତ ୧୪ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ ।

ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରିଥିବା ମିତାଲୀ ‘ପ୍ଲେୟାର୍ ଅଫ ଦି ମ୍ୟାଚ’ ଘୋଷିତ ହୋଇଥିଲେ ।

ଭାରତ ତା’ର ପରବର୍ତ୍ତୀ ମ୍ୟାଚ ୧୫ ତାରିଖରେ ଆୟୋଜକ ୱେଷ୍ଟଇଣ୍ଡିଜ ସହିତ ଖେଳିବ ।

Leave A Reply

Your email address will not be published.