Latest Odisha News

BREAKING NEWS

ବିପିନ୍ ରାଓ୍ୱତଙ୍କ ଘରେ ପ୍ରତିରକ୍ଷା ମନ୍ତ୍ରୀ

ଦିଲ୍ଲୀ: ତାମିଲନାଡୁର କୁନ୍ନୁରର ନିଳଗିରି ଜଙ୍ଗଲ ମଧ୍ୟରେ କ୍ରାସ ଏମଆଇ-୧୭ ହେଲିକପ୍ଟରରେ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀ ଥିଲେ । ସିଡିଏସ ବିପିନ ରାଓ୍ୱତ ଓ ତାଙ୍କ ପତ୍ନୀଙ୍କ ସହ ଏହି ହେଲିକପ୍ଟରରେ ୧୪ ଜଣ ଥିଲେ । କିନ୍ତୁ ଏହି ଦୁର୍ଘଟଣାରେ ୧୧ ଜଣ ସେନା ଅଧିକାରୀ ସହିଦ ହୋଇଛନ୍ତି । ୧୧ ଜଣ ସହିଦ ହେବା ପରେ ଏବେ ବି ୩ ଜଣ ଗୁରୁତର ଭାବରେ ଚିକିତ୍ସିତ ହେଉଛନ୍ତି ।

ତେବେ ଏହି ଦୁର୍ଘଟଣାରେ ଯେଉଁମାନେ ମୃତ୍ୟୁ  ବରଣ କରିଛନ୍ତି ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଦୁର୍ଘଟଣାକୁ ନେଇ ସ୍ପଷ୍ଟ ସୂଚନା ଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ରାଜନାଥ ସିଂ ପ୍ରଥମେ ସିଡିଏସ ବିପିନ୍ ରାଓ୍ୱତଙ୍କ ଘରକୁ ଯାଇଥିଲେ । ଦିଲ୍ଲୀସ୍ଥିତି ବାସଭବନରେ ଉପସ୍ଥିତି ଥିବା ବିପିନ୍ ରାଓ୍ୱତଙ୍କ ସାନ ଝିଅଙ୍କୁ ଭେଟିଥିଲେ ରଜନାଥ ସିଂ । କିଛି ସମୟ ସିଡିଏସଙ୍କ ଘରେ ରହିବା ପରେ ରାଜନାଥ ସିଂ ପ୍ରତିରକ୍ଷା ମନ୍ତ୍ରଣାଳୟ ପହଞ୍ଚିଛନ୍ତି ।

Comments are closed.