Latest Odisha News

BREAKING NEWS

ଆର ଭେଙ୍କଟରମନି ହେଲେ ନୂଆ ଆଟର୍ଣ୍ଣି ଜେନେରାଲ

ନୂଆଦିଲ୍ଲୀ: ବରିଷ୍ଠ ଓକିଲ ଆର ଭେଙ୍କଟରମନିଙ୍କୁ ତିନି ବର୍ଷ ପାଇଁ ଭାରତର ନୂଆ ଆଟର୍ଣ୍ଣି ଜେନେରାଲ୍ ଭାବରେ ନିଯୁକ୍ତ ହୋଇଛନ୍ତି। ବୁଧବାର କେନ୍ଦ୍ର ସରକାର ଏ ନେଇ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ଆର ଭେଙ୍କଟରମନି କେ ଭେନୁଗୋପାଲଙ୍କ ଉତ୍ତରାଧିକାରୀ ହେବେ । ଭେନୁଗୋପାଳଙ୍କର ଆସନ୍ତାକାଲି କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି।

ମୁକୁଲ ରୋହତଗୀ ୨୦୧୪ରୁ ୨୦୧୭ ଯାଏ ଏହି ପଦରେ ଥିଲେ ପରେ ଭେନୁଗୋପାଳ ଏହି ପଦରେ ନିଯୁକ୍ତ ହୋଇଥିଲେ। ପରେ ଜୁନ୍ ୨୯ରେ ଆଉ ତିନି ମାସ ପାଇଁ ଏହି ପଦରେ ନିଯୁକ୍ତ ହୋଇଥିଲେ। ଏବେ ସେ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରାଳୟ କହିଛି. କେ ଭେନୁଗୋପାଳ ନିଜର ବ୍ୟକ୍ତିଗତ କାରଣ ପାଇଁ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ଏହାପରେ ଆଟର୍ଣ୍ଣି ଜେନେରାଲ ପଦ ପାଇଁ ମୁକୁଲ ରୋହତଗୀଙ୍କୁ କେନ୍ଦ୍ର ପୁଣିଥରେ ପ୍ରସ୍ତାବ ଦେଇଥିଲା। ହେଲେ ସେ ପ୍ରତ୍ୟାଖ୍ୟାନ କରିବା ପରେ ଆର ଭେଙ୍କଟରମନିଙ୍କୁ ଏହି ପଦ ପାଇଁ ନିଯୁକ୍ତ କରାଯାଇଛି। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ନିଯୁକ୍ତ କରିଛନ୍ତି।

ଆର ଭେଙ୍କଟରମନି ୨୦୧୦ରେ ଭାରତର ଆଇନ ଆୟୋଗର ସଦସ୍ୟ ଭାବରେ କାମ କରି ଅଭିଜ୍ଞତା ରଖିଛନ୍ତି। ସେ ଗତ ୧୨ ବର୍ଷ ଧରି ତାମିଲନାଡୁ ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ବରିଷ୍ଠ ଓକିଲ ଭାବେ କାମ କରିଛନ୍ତି ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ପାଇଁ ସ୍ୱତନ୍ତ୍ର ବରିଷ୍ଠ ଓକିଲ  ଭାବେ କାମ କରୁଛନ୍ତି।

ଆଟର୍ଣ୍ଣି ଜେନେରାଲଙ୍କର ସାଧାରଣତଃ ତିନି ବର୍ଷର କାର୍ଯ୍ୟକାଳ ଥାଏ। ପରେ କେନ୍ଦ୍ର ସରକାର ଚାହିଁଲେ ଏହି ଅବଧିକୁ ବୃଦ୍ଧି କରିପାରିବେ।

Leave A Reply

Your email address will not be published.