ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ଆଜି ସ୍ୱପ୍ନିଲ ଯିବାର ଚାରି ମାସ ବିତି ଯାଇଛି ; ୱାଟ୍ସଆପରେ ଡ଼ିପି ରଖୁଥିବା ଫଟୋଗୁଡିକର ମୁହଁ ସବୁ ଆଖି ଆଗରେ ନାଚି ଯାଉଛି ଆସ୍ଥା ର ! ଓଜସ୍ୱିନୀ ଲାଗୁଛି ଧରା, ଅଣ ନିଶ୍ୱାସୀ ହୋଇପଡୁଛି ଜୀବନ !ସେଥିପାଇଁ ଘର କାମ ସାରି ସମ୍ଭବ, ପିଲାମାନେ ସ୍କୁଲକୁ ଗଲା ପରେ, ହାତରେ ଗଢିଥିବା କୁନି ଉପବନରେ ପଡିଥିବା ସୋଫାରେ ଆଖି ବୁଜି ନିରୋଳାରେ ବସିଚି ଆସ୍ଥା ।ବେଳେ ବେଳେ ଆଖି ଖୋଲି ଦୀର୍ଘ ଶ୍ବାସ ଛାଡ଼ି ନିଟୋଳ ଆକାଶ କୁ ଏକା ଲୟ ରେ ଚାହିଁ ରହୁଛି !!
ଅନ୍ୟମନସ୍କତା ଭିତରେ ମୋବାଇଲର ରିଂ ଟୋନଟି ଆସ୍ଥାର ଭାବନାରେ ଭଟ୍ଟା ପକେଇଥିଲା । ଟି-ପୟରୁ ସେ ଫୋନଟି ଉଠେଇ ଅତି କ୍ଷୀଣ ଗଳା ରେ ଉତ୍ତର ଦେଇଥିଲା …….ହ୍ୟାଲୋ ।
ନେଟୱର୍କ ପ୍ରବ୍ଲେମ ପାଇଁ କଥା କଟି କଟି ଯାଉଥିଲା । ଆସ୍ଥା ବାରମ୍ବାର ହ୍ୟାଲୋ କଲାପରେ ନେଟ କନେକ୍ଟ ହେଲା ଆଉ ଦୁହିଁଙ୍କ କଥା ଦୁହିଁଙ୍କୁ କ୍ଲିଅର ଶୁଣାଗଲା । ଆସ୍ଥା ,ଏଥର କୁହନ୍ତୁ କିଏ କହୁଛନ୍ତି ଆଉ କଣ କହିବାକୁ ଚାହୁଁଛନ୍ତି ??
ମୁଁ ସାଗର । ସ୍ୱପ୍ନିଲ କଥା ମୁଁ ହିଁ ଆପଣଙ୍କୁ ସେଦିନ ଜଣେଇଥିଲି । କାହିଁକି ନା ସ୍ୱପ୍ନିଲ ଆପଣଙ୍କ ସହିତ କଥା ହେବା କଥା ମୁଁ ଜାଣିଥିଲି । ସ୍ୱପ୍ନିଲ ର ଭଲ ଆଉ ଜଣେ ଅନ୍ତରଙ୍ଗ ବନ୍ଧୁ ଥିଲି । ଯେହେତୁ ସ୍ୱପ୍ନିଲ ମୁଁ ବନ୍ଧୁ ତ ଆପଣଙ୍କର ବି ବନ୍ଧୁ ନା କଣ କହୁଛନ୍ତି ?? ଯଦି କିଛି ନ ଭାବନ୍ତି !
ଆପଣ ବି ମୋ ବନ୍ଧୁ ହୋଇ ପାରିବେ ଏଥିରେ ଭାବିବାର କଣ ଅଛି ?
ଆପଣଙ୍କ ସେଦିନର ବ୍ୟସ୍ତତା !! ଏବେବି ମନେପଡ଼ିଗଲେ ଖୁବ କଷ୍ଟ ଲାଗେ ! ସେଥିପାଇଁ ଭାବିଲି ଆପଣଙ୍କୁ ଗୋଟେ କଥା କହିବି ,ଯାହା ବିଷୟରେ କି ଆପଣ ସମ୍ପୂର୍ଣ୍ଣ ଅଜ୍ଞ । ଜାଣିନି ଆପଣ ମୋତେ କେତେ ଦୂର ବିଶ୍ୱାସ କରିବେ ! ମୁଁ କିନ୍ତୁ ସ୍ଥିର କରିଛି ଆପଣ ମୋତେ ବିଶ୍ୱାସ କରନ୍ତୁ କିମ୍ବା ନ କରନ୍ତୁ ସ୍ୱପ୍ନିଲ ବିଷୟରେ ମୁଁ ଯାହା କିଛି ଜାଣିଚି ଆପଣଙ୍କୁ କହିବି ହିଁ କହିବି ଆଉ କହି ପାରିଲେ ଯାଇ ନିଶ୍ଚିନ୍ତ ହେବି ।
କ୍ରମଶଃ…