ନୂଆଦିଲ୍ଲୀ: ଓଟିଟି ପ୍ଲାଟ୍ଫର୍ମ ପାଇଁ କଡ଼ା ହେଲା ନିୟମ। ଏଣିକି ଓଟିଟି ପ୍ଲାଟ୍ଫର୍ମ ବି ତମାଖୁ ଚେତାବନୀ ବିଜ୍ଞାପନ ଦେଖାଇବା ବାଧ୍ୟାତମୁଳକ ହୋଇଛି। ତମାଖୁ ଚେତାବନୀ ପାଇଁ ନୂଆ ନିୟମର ଅଧିସୂଚନା ଜାରି କରି କେନ୍ଦ୍ର ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଯଦି ଅନ୍ଲାଇନ୍ କଣ୍ଟେଟ୍ ପ୍ରକାଶକମାନେ ନିୟମ ପାଳନ କରିବେ ନାହିଁ ତେବେ ତାଙ୍କ ବିରୋଧରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି।
ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ ନୂଆ ଅଧିସୂଚନା ଜାରି କରାଯାଇଛି। ଏହାପରେ ନେଟ୍ଫ୍ଲିକ୍ସ, ଆମାଜନ ପ୍ରାଇମ୍, ହଟଷ୍ଟାର ଓ ସୋନୀ ଲିଭ୍ ଭଳି ଓଟିଟି ପ୍ଲାଟ୍ଫର୍ମ ବାଧ୍ୟ ହୋଇ ତମାଖୁ ଚେତାବନୀ ବିଜ୍ଞାପନ ଦେଖାଇବେ। ଟେଲିଭିଜନ ଚ୍ୟାନେଲ୍ ଓ ସିନେମା ହଲ୍ରେ ଏହି ନିୟମ ପୂର୍ବରୁ ଲାଗୁ ହୋଇଛି। ଫିଲ୍ମ ଓ ଟେଲିଭିଜନ କାର୍ଯ୍ୟକ୍ରମ ଆରମ୍ଭରେ ଓ ମଧ୍ୟ ଭାଗରେ ଅତି କମ୍ରେ ୩୦ ସେକେଣ୍ଡ ପାଇଁ ତମାଖୁ ବିଜ୍ଞାପନ ଦେଖାଯାଇଥାଏ।
ନୂଆ ନିୟମ ଅନୁସାରେ, ତମାଖୁ ଉତ୍ପାଦନ କିମ୍ବା ତମାଖ ସେବନର କୌଣସି ବି ପ୍ରକାର ଦୃଶ୍ୟ ଦେଖାଇବା ପୂର୍ବରୁ ଓଟିଟି ପ୍ଲାଟ୍ଫର୍ମକୁ କାର୍ଯ୍ୟକ୍ରମ ଆରମ୍ଭ ଓ ମଝିରେ ଅତି କମ୍ରେ ୩୦ ସେକେଣ୍ଡ ପାଇଁ ତମାଖୁ ବିରୋଧୀ ସ୍ୱାସ୍ଥ୍ୟ ସଚେତନତା ବିଜ୍ଞାପନ ଦେଖାଇବାକୁ ପଡ଼ିବ। ଫଳରେ ସ୍କ୍ରିନ୍ ତଳେ ଓଟିଟି ପ୍ରକାଶକଙ୍କୁ ତମାଖୁ ବିରୋଧୀ ବିଜ୍ଞାପନର ସ୍ଥିର ଚିତ୍ର ଦେଖାଇବାକୁ ପଡ଼ିବ।
Comments are closed.