Latest Odisha News

BREAKING NEWS

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଲେ ରାମଚରଣ ଏବଂ ତାଙ୍କ ପିତା ଚିରଞ୍ଜିବୀ

ନୂଆଦିଲ୍ଲୀ : RRRର ନାଟୁ ନାଟୁ ଗୀତକୁ ଓସ୍କାର ସମ୍ମାନ ମିଳିବା ପରେ ସବୁଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ  । ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ନାଟୁ-ନାଟୁ ଗୀତ ନୋମିନେଟେ ହୋଇଥିଲା । ଶେଷରେ ବାଜି ଜିତି ଓସ୍କାର ପୁରସ୍କାର ହାତେଇଛି RRRର ନାଟୁ ନାଟୁ ଗୀତ । ଓସ୍କାର ସମ୍ମାନ ମିଳିବା ନେଇ ପ୍ରଧାନମନ୍ତ୍ରୀଙ୍କ ସମେତ ବଲିଉଡ ଏବଂ ହଲିଉଡ ତାରକା ମାନେ ପ୍ରଶଂସା କରିଥିଲେ  ।

ଏହି ସଫଳତା ପାଇବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ପ୍ରଶଂସା କରିଛନ୍ତି  । ଦକ୍ଷିଣ ସିନେମା ଅଭିନେତା ରାମଚରଣ ତେଜା ଏବଂ ତାଙ୍କ ପିତା ଚିରଞ୍ଜିବୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଅଭିନେତା ଚିରଞ୍ଜିବୀ କେନ୍ଦ୍ରମନ୍ତ୍ରୀ ଶାହାଙ୍କୁ ଫୁଲତୋଡ଼ା ଦେଇଥିବା ବେଳେ ମନ୍ତ୍ରୀ ଶାହା ମଧ୍ୟ ନାଟୁ ନାଟୁ ଗୀତକୁ ଓସ୍କାର ସମ୍ମାନ ମିଳିଥିବା ଖୁସିରେ ରାମଚରଣ ତେଜାଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରିଛନ୍ତି ।

Leave A Reply

Your email address will not be published.