Latest Odisha News

BREAKING NEWS

ସନ୍ନ୍ୟାସୀ ହେବା ପାଇଁ ଆମନ୍ତ୍ରଣ: ପତଞ୍ଜଳି ଯୋଗ କେନ୍ଦ୍ର ପକ୍ଷରୁ ଆୟୋଜିତ ହେଉଛି ୯ ଦିନିଆ ମହୋତ୍ସବ

ଭୁବନେଶ୍ୱର: ଆସନ୍ତୁ, ସନ୍ନ୍ୟାସୀ ହେବା । ଦିବ୍ୟ ଭବ୍ୟ ସନ୍ନ୍ୟାସ ଦୀକ୍ଷାରେ ଦୀକ୍ଷିତ ହେବା । ଆପଣ ଯଦି  ଶିକ୍ଷିତ ତେବେ ଆସନ୍ତୁ, ଏହି ୯ ଦିନିଆ କ୍ୟାମ୍ପରେ ଯୋଗ ଦିଅନ୍ତୁ ଏବଂ ସନ୍ନ୍ୟାସୀ ହୁଅନ୍ତୁ ।  ସନ୍ନ୍ୟାସ ଦୀକ୍ଷା ନେଲେ ଆପଣ  ନିଜ ବ୍ୟକ୍ତିତ୍ୱ, ନେତୃତ୍ୱ ଏବଂ ଚରିତ୍ର ଗଠନ କରିପାରିବେ ।  ଋଷିଙ୍କ ପରି ଶ୍ରେଷ୍ଠ ମେଧା ତଥା ଚରିତ୍ରବାନ ହୋଇ ଭାରତକୁ ବିଶ୍ୱଗୁରୁ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ପାରିବେ । ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ସନ୍ନ୍ୟାସ ଆଶ୍ରମ, ପତଞ୍ଜଳୀ ଯୋଗପୀଠ ହରିଦ୍ୱାର ପକ୍ଷରୁ ଏପରି ଆହ୍ୱାନ ଦିଆଯାଇଛି ।

ହିନ୍ଦୁ ନବବର୍ଷ ତଥା ଚୈତ୍ର ପ୍ରତିପଦା ୨୨ ମାର୍ଚ୍ଚ ୨୦୨୩ ତାରିଖରୁ ୩୦ ତାରିଖ ରାମନବମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ୯ ଦିନିଆ ସନ୍ନ୍ୟାସ ମହୋତ୍ସବ । ଏହି ଅବସରରେ ଦ୍ୱାଦଶ ପାସ ତଥା  ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ ଯୁବକ ଯୁବତୀଙ୍କୁ ସନ୍ନ୍ୟାସ ବ୍ରତ ନେବାକୁ ଆହ୍ୱାନ କରାଯାଇଛି । ଏହି ଦିନ ୧୦୦ ବୈରାଗ୍ୟବାନ ବିଦ୍ୱାନ ଭାଇଭଉଣୀ ସନ୍ନ୍ୟାସ ଦୀକ୍ଷା ନେଉଛନ୍ତି । ଯେଉଁମାନେ ପରୀକ୍ଷା କିମ୍ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଆସି ପାରୁନାହାନ୍ତି ସେମାନେ ସକାଳ ୬ଟାରୁ ରାତି ୧୦ଟା  ଭିତରେ ଯେ କୌଣସି ସମୟରେ ୮୯୫୪୫୫୫୯୯୯  ଏବଂ ୮୯୫୪୫୫୫୧୧୧ରେ ଫୋନ କରି ଅଗ୍ରୀମ ରେଜିଷ୍ଟ୍ରେଶନ କରାଇ ନେବାକୁ କୁହାଯାଇଛି । ଯେଉଁମାନେ ଏବେ ଆସିବାକୁ ଚାହୁଁଛନ୍ତି ସେମାନେ ମାର୍ଚ୍ଚ ୨୦ ତାରିଖରେ ଯେ କୌଣସି ସମୟରେ ଆସିପାରିବେ ।

ସନ୍ନ୍ୟାସ ଦୀକ୍ଷା ନେବା ପରେ ପ୍ରତିଭାବାନ ଯୁବକ-ଯୁବତୀଙ୍କ ଶିକ୍ଷା ଦୀକ୍ଷାର ସମ୍ପୂର୍ଣ୍ଣ ବ୍ୟବସ୍ଥା ପତଞ୍ଜଳି ଯୋଗ ପୀଠ ଦ୍ୱାରା କରାଯିବ । ସନ୍ନ୍ୟାସ ହେବା ପରେ ସେମାନଙ୍କୁ ଯୋଗ ଧର୍ମ, ବେଦଧର୍ମ, ସନାତନ ଧର୍ମକୁ ବିଶ୍ୱ ଧର୍ମ କରିବା ପାଇଁ ଜୀବନକୁ ସମର୍ପଣ କରିବାକୁ ଚାହୁଁଥିବା ଯୁବକଯୁବତୀଙ୍କ ସମଗ୍ର ଜୀବନର ଆବଶ୍ୟକତାର ଦାୟିତ୍ୱ ପତଞ୍ଜଳି ସଂସ୍ଥା ଗ୍ରହଣ କରିବ ।

ସନାତନ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର ତଥା ଏହି ସର୍ବ ପୁରାତନ ଧର୍ମକୁ ବିଶ୍ୱ ଧର୍ମରେ ପରିଣତ କରିବା ପାଇଁ ପତଞ୍ଜଳି ପୀଠ ପକ୍ଷରୁ ଏପରି ପ୍ରୟାସ କରାଯାଇଛି ।

ସନ୍ନ୍ୟାସୀ ହେବା ପାଇଁ ପତଞ୍ଜଳୀ ଯୋଗପୀଠ ହରିଦ୍ୱାର ପକ୍ଷରୁ ଏକ ପ୍ରଚାର ପତ୍ର ସବୁଆଡେ ବୁଲୁଛି । ଏହି ପ୍ରଚାରପତ୍ର ଓଡ଼ିଆାରେ ଲେଖା ଯାଇଛି । ସନ୍ନ୍ୟାସୀ ହେବା ପାଇଁ ଏହି ସାଦର ନିମନ୍ତ୍ରଣ ପତ୍ର ସୋସିଆଲ ମିଡିଆାରେ ଏକ ଭାଇରାଲ ହେଉଛି ।

Leave A Reply

Your email address will not be published.