Latest Odisha News

BREAKING NEWS

ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟ ମନ୍ତ୍ରୀମାନଙ୍କ ସହ ଗୃହମନ୍ତ୍ରୀଙ୍କ ବୈଠକ, ଖର୍ଚ୍ଚ ହେବ ୮ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ : ଆରବସାଗରରେ ସୃଷ୍ଟି ବାତ୍ୟା ବିପର୍ଯ୍ୟୟର ମୁକାବିଲା ପାଇଁ ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି। ଦେଶରେ ବିପର୍ଯ୍ୟୟର ମୁକାବିଲା ପାଇଁ ତିନି ପ୍ରକଳ୍ପରେ ଖର୍ଚ୍ଚ ହେବ ୮ ହଜାର କୋଟି ଟଙ୍କା। ସମସ୍ତ ରାଜ୍ୟରେ ଅଗ୍ନିଶମ ବାହିନୀର ଆଧୁନିକୀକରଣ ଓ ବିସ୍ତାର ପାଇଁ ୫ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ଅଗ୍ନିଶମ ସେବାର ବିସ୍ତାର ଏବଂ ଆଧୁନିକୀକରଣ, ସହରାଞ୍ଚଳ ବନ୍ୟା ବିପଦ ହ୍ରାସ ଏବଂ ଜାତୀୟ ଭୂସ୍ଖଳନ ବିପଦ ହ୍ରାସ ଯୋଜନା ପାଇଁ ଶାହା ଏହି ଭର୍ଚ୍ଚୁଆଲ ବୈଠକରେ ବଜେଟ ଘୋଷଣା କରିଛନ୍ତି। ଜନସଂଖ୍ୟା ବହୁଳ ୭ଟି ମେଟ୍ରୋରେ ସହରାଞ୍ଚଳ ବନ୍ୟା ମୁକାବିଲା ପାଇଁ ଖର୍ଚ୍ଚ ହେବ ୨,୫୦୦ କୋଟି ଟଙ୍କା। ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁନେ ଓ ଅହମଦାବାଦରେ ସହରାଞ୍ଚଳ ବନ୍ୟା ମୁକାବିଲା ପାଇଁ ଏହାକୁ ବିନିଯୋଗ କରାଯିବ।

ସେହିପରି ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୂସ୍ଖଳନର ମୁକାବିଲା ପାଇଁ ନ୍ୟାସନାଲ ଲାଣ୍ଡସାଇଡ ରିସ୍କ ମିଟିଗେସନ ସ୍କିମରେ ୮୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି। ବିପର୍ଯ୍ୟୟ ପରିଚାଳନା ନେଇ ନୂଆଦିଲ୍ଲୀରେ ସମସ୍ତ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ବୈଠକ ବସିଥିଲା। ଏହି ବୈଠକରେ ଅମିତ ଶାହ କହିଥିଲେ ଯେ ଗତ ୯ ବର୍ଷ ମଧ୍ୟରେ ବିପର୍ଯ୍ୟୟର ମୁକାବିଲା ନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାର ବହୁତ କରିଛନ୍ତି। ଏବେ ଏଦିଗରେ ଆହୁରୀ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ ପଡିବ। ବିପର୍ଯ୍ୟରେ ମୃତ୍ୟୁସଂଖ୍ୟା ଶୂନ କରିବାକୁ ଲକ୍ଷ୍ୟ ରଖିଛି ସରକାର।

Leave A Reply

Your email address will not be published.