Latest Odisha News

BREAKING NEWS

୪ ଓଡ଼ିଆଙ୍କ ସମେତ ୧୧୨ ପୋଲିସ ଅଧିକାରୀଙ୍କୁ ଉତ୍କର୍ସ ତଦନ୍ତ ପଦକ

ନୂଆଦିଲ୍ଲୀ: ୪ ଜଣ ଓଡ଼ିଆଙ୍କ ସମେତ ୧୧୨ ଜଣ ପୋଲିସ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ତରଫରୁ ଉତ୍କର୍ସ ତଦନ୍ତ ପଦକ-୨୦୨୦ ପ୍ରଦାନ କରାଯାଇଛି । ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ପୁଲିସ ଅଧିକାରୀଙ୍କ ପାରଦର୍ଶିତାକୁ ସ୍ବୀକୃତି ଦେବା ଏହି ସ୍ବତନ୍ତ୍ର ପୁରସ୍କାରର ଲକ୍ଷ୍ୟ।

ପୁରସ୍କାର ପାଇଥିବା ୪ ଓଡ଼ିଆ ପୋଲିସ ଅଧିକାରୀ ହେଉଛନ୍ତି ଇନ୍‌ସ୍‌ପେକ୍ଟର୍  ସୁଷମା ତିର୍କୀ, ସବ୍‌-ଇନ୍‌ସ୍‌ପେକ୍ଟର୍  ଯୁଗଳ କିଶୋର ଦାଶ, ସବ୍‌-ଇନ୍‌ସ୍‌ପେକ୍ଟର୍  ସନ୍ତୋଷୀ ବାରିକ ଏବଂ ସବ୍‌-ଇନ୍‌ସ୍‌ପେକ୍ଟର୍ ବାବାଶଙ୍କର ସରାଫ।

ପୁରସ୍କାର ପାଇଥିବା ପୋଲିସ ଅଧିକାରୀଙ୍କ ମଧ୍ୟରୁ ୧୫ଜଣ ହେଉଛନ୍ତି ‘ସିବିଆଇ’ର, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପୋଲିସ ୧୦ଜଣ ଲେଖାଏଁ, ଉତ୍ତର ପ୍ରଦେଶ ପୋଲିସର ୮ ଜଣ, କେରଳ ଓ ପଶ୍ଚିମବଙ୍ଗ ପୋଲିସର ୭ ଜଣ ଲେଖାଏଁ ଏବଂ ବାକି ହେଉଛନ୍ତି ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ଅଧିକାରୀ। ପଦକ ପାଇଥିବା ପୋଲିସ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ୨୧ଜଣ ମହିଳା ପୋଲିସ ଅଧିକାରୀ।

ଅପରାଧ ଘଟଣାରେ ତଦନ୍ତର ମାନ ଉଚ୍ଚକୋଟୀର କରାଇବା ଏବଂ ତଦନ୍ତକାରୀ ଅଧିକାରୀଙ୍କ ଉତ୍କର୍ଷତାକୁ ମାନ୍ୟତା ଦେବା ଉଦ୍ଦେଶ୍ୟରେ ୨୦୧୮ରେ ଏହି ପଦକ ସୃଷ୍ଟି କରାଯାଇଥିଲା।

Leave A Reply

Your email address will not be published.