Latest Odisha News

BREAKING NEWS

ବାତ୍ୟା ଅସାନୀକୁ ନେଇ ବଢୁଛି ଭୟ: କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କ ସମୀକ୍ଷା

ଦିଲ୍ଲୀ: ଆସନ୍ତା ବାତ୍ୟା ଅସାନୀକୁ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ଉନ୍ନୟନ କମିଶନର ଯୋଗ ଦେଇଥିଲେ । ବାତ୍ୟା ପରିସ୍ଥିତି ଏବଂ ପ୍ରସ୍ତୁତିକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା ।

ଏହାରି ମଧ୍ୟରେ ରାଜ୍ୟର ମୋଟ ୫ଟି ଜିଲ୍ଲାକୁ ହାଇ ଆଲର୍ଟ ଜାରି କରାଯାଇଛି । କୋରାପୁଟ, ମାଲକାନାଗିରି ସମେତ ଗଞ୍ଜାମ, ରାୟଗଡା ଏବଂ ଗଜପତି ଜିଲ୍ଲା ଏହି ତାଲିକାର ଅନ୍ତର୍ଭୁକ୍ତ ହୋଇଛନ୍ତି । ଏହି ଜିଲ୍ଳା ଗୁଡିକରେ ବାତ୍ୟା ପ୍ରଭାବରେ ଅଦିକରୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ବାତ୍ୟା ପାଇଁ ପ୍ରସ୍ତୁତିକୁ ନେଇ ମଧ୍ୟ ଆଲୋଚନା କରିଥିଲେ ଉଭୟ ସଚିବ । ଜରୁରୀକାଳୀନ ପରିସ୍ଥିତି ପାଇଁ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ବାତ୍ୟାକୁ ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ସେ ସୂଚନା ଦେଇଛନ୍ତି । ଆନ୍ଧ୍ର କାକିନାଡା ପାଖାପାଖି ଏହି ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି କୁହାଯାଇଛି । ତେବେ ଏହାପରେ ପୁଣି  ଦୁର୍ବଳ ହେବା ସହ ଡିପ ଡିପ୍ରେସନର ରୂପ ନେବ ବୋଲି କହିଛନ୍ତି ଏସଆରସି । ୧୩ ତାରିଖ ସକାଳ ପର୍ଯ୍ୟନ୍ତ ବାତ୍ୟା ଓଡିଶା ଉପକୂଳ ପହଞ୍ଚିବ ନାହିଁ । ବିଭିନ୍ନ ଜିଲ୍ଲାକୁ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ପଠାଇ ସତର୍କ କରାଇଥିବା ଏସଆରସି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.