Latest Odisha News

BREAKING NEWS

୮୭ ବର୍ଷ ବୟସରେ ୧୦ମ, ଦ୍ୱାଦଶ ପାସ କଲେ ଓମ ପ୍ରକାଶ ଚୌତାଲା

ନୂଆଦିଲ୍ଲୀ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା ୮୭ ବର୍ଷ ବୟସରେ ଉଭୟ ୧୦ମ ଓ ଦ୍ୱାଦଶ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ହରିୟାଣା ବୋର୍ଡ ପକ୍ଷରୁ ବିଧିବଦ୍ଧ ଭାବେ ମାର୍କଶିଟ ପ୍ରଦାନ କରାଯାଇଛି । ମହାରାଣା ପ୍ରତାପଙ୍କ ୪୨୮ତମ ଜନ୍ମ ବାର୍ଷିକ କାର୍ଯ୍ୟକ୍ରମରେ ଚୌତାଲ ଯୋଗ ଦେବାକୁ ଯାଇଥିଲେ । ସେ ସମୟରେ ହରିୟାଣା ଶିକ୍ଷା ବୋର୍ଡର ଅଧିକାରୀ ତାଙ୍କୁ ମାର୍କଶିଟ ପ୍ରଦାନ କରିଥିଲେ । ୨୦୧୯ରେ ଚୌତାଲା ୧୦ମ ପରୀକ୍ଷା ଦେଇଥିଲେ ମଧ୍ୟ ବ୍ୟସ୍ତବହୂଳତା ଯୋଗୁ ଇଂରାଜୀ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ ।

ଇଂରାଜୀରେ ପାସ ନ କରିବାରୁ ତାଙ୍କ ପରୀକ୍ଷାଫଳ ଘୋଷଣା କରାଯାଇ ନ ଥିଲା । ଏବେ ସେ ସମସ୍ତ ପରୀକ୍ଷା ପାସ କରିବା ପରେ ତାଙ୍କ ଫଳାଫଳକୁ ସାର୍ବଜନନୀ କରାଯାଇଥିଲା । ଇଣ୍ଡିଆନ ନ୍ୟାଶନାଲ ଲୋକ ଦଳର ସୁପ୍ରିମୋଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଅଭିଷେକ ବଚ୍ଚନ ଓ ନିମ୍ରତ କୌର ସୋସିଆଲ ମିଡିଆରେ ପ୍ରଶଂସା କରି ଚୌତାଲାଙ୍କ ଉଦାହରଣ ଦେଇଛନ୍ତି ।

Leave A Reply

Your email address will not be published.