Latest Odisha News

BREAKING NEWS

ଧର୍ମେନ୍ଦ୍ର ଉନ୍ମୋଚନ କଲେ ‘ବିର୍ସା ମୁଣ୍ଡା- ଜନଜାତୀୟ ନାୟକ’

ଭୁବନେଶ୍ୱର: ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ବିର୍ସା ମୁଣ୍ଡା- ଜନଜାତୀୟ ନାୟକ’ ନାମକ ପୁସ୍ତକ ଉନ୍ମୋଚନ କରିଛନ୍ତି । ପୁସ୍ତକଟିର ଲେଖକ ହେଉଛନ୍ତି ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଲୋକ ଚକ୍ରବାଲ ।

ଏହି ଅବସରରେ ଧର୍ମେନ୍ଦ୍ର କହିଲେ, ଆଜାଦୀର ଅମୃତ ମହୋତ୍ସବ ଅବସରରେ ଏହି ପୁସ୍ତକ ବିର୍ସା ମୁଣ୍ଡାଙ୍କ ସଂଘର୍ଷ ଏବଂ ବନବାସୀ ମାନଙ୍କ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦାନ ଥିବା ଲୁକ୍କାୟିତ ନାୟକଙ୍କ କାହାଣୀ ବର୍ଣିତ । ଏହାର ବିଷୟକୁ ପସନ୍ଦ କରିବା ସହ ପ୍ରଫେସର ଚକ୍ରୱାଲଙ୍କ ଭୂୟସୀ ପ୍ରଶଂସା କରିଥିଲେ ।

ଏହି ପୁସ୍ତକ ଆଗକୁ ଏଭଳି ମହାନ ନାୟକ ମାନଙ୍କ କାହାଣୀକୁ ଲୋକଲୋଚନକୁ ଆଣିବାକୁ ପ୍ରେରଣା ଦେବ । ଏହି ଅବସରରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣା ଦେବୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.