Latest Odisha News

BREAKING NEWS

କରୋନାର ସମ୍ଭାବ୍ୟ ଲହର ପାଇଁ ରାଜ୍ୟରେ ସ୍ଥାୟୀ ସ୍ବାସ୍ଥ୍ୟଗତ ଢ଼ାଞ୍ଚା ପ୍ରସ୍ତୁତ କରିବାକୁ ପଡ଼ିବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ମହାମାରୀ କରୋନାର ସମ୍ଭାବ୍ୟ ଲହର ପାଇଁ ଲୋକଙ୍କ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ରାଜ୍ୟର ସ୍ବାସ୍ଥ୍ୟଗତ ଢ଼ାଞ୍ଚାକୁ ସ୍ଥାୟୀ ଭାବେ ପ୍ରସ୍ତୁତ କରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଦ୍ବାରା ଦେବଗଡ଼ରେ ୧୦୦ ବେଡ୍ ବିଶିଷ୍ଟ କୋଭିଡ ହସପିଟାଲ ଲୋକାର୍ପଣ ସମାରୋହରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧନ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଜିଲ୍ଲାରେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ତରଫରୁ ଏକ କୋଭିଡ ହସପିଟାଲ ନିର୍ମାଣ କକରାଯାଉଥିବା ବେଳେ, ରାଜ୍ୟ ସରକାର ଖୁବଶୀଘ୍ର ଏହି ହସପିଟାଲ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନୁମତି ଦେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

ଲୋକାର୍ପିତ କୋଭିଡ ହସପିଟାଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଦେବଗଡର ଏହି ୧୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲରେ ୯ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ୍, ଭେଣ୍ଟିଲେଟର ସୁବିଧା ସହ ୩ଟି ଶିଶୁ ବେଡ୍, ୩୨ଟି ଏନଆଇଭି ଭେଣ୍ଟିଲେଟର ସହ ଏଚଡିୟୁ, ସ୍ବତନ୍ତ୍ର ଶିଶୁ ଓ୍ବାର୍ଡ ସହିତ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ପରୀକ୍ଷାଗାର ସୁବିଧା ରହିଛି । ଏଥିପାଇଁ ବେଦାନ୍ତର ଚେୟାରମ୍ୟାନ୍ ଅନିଲ ଅଗ୍ରଓ୍ବାଲଙ୍କୁ ତ୍ବରିତ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଦେବଗଡ଼ ଜିଲ୍ଲାରେ କୋଭିଡ ସଂକ୍ରମଣ ସଂଖ୍ୟା ଶୂନ୍ୟ ଆଡକୁ ଗତି କରୁଛି । ସେହିପରି ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୭ ଲକ୍ଷ ୧୭ ହଜାର ୭୧୯ ଜଣ ଟିକା ନେଇ ସାରିଲେଣି । ସେମାନଙ୍କ ମଧ୍ୟରୁ ୨୧ ଲକ୍ଷ ୭୨ ହଜାର ୭୨୭ ଜଣ ଦ୍ବିତୀୟ ଡୋଜ ନେଇ ସାରିଛନ୍ତି । ଯାହା ଜନସଂଖ୍ୟାର ୪.୫ ପ୍ରତିଶତ । ସେହିପରି ଦେବଗଡ଼ ଜିଲ୍ଲାରେ ୭୨ ହଜାର ୬୧୮ ଜଣ ଏପର୍ଯ୍ୟନ୍ତ ଟିକା ନେଇ ସାରଥିବା ବେଳେ, ୧୩ ହଜାର ୮୮୬ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି । ଯାହଳ ଜିଲ୍ଲା ଜନସଂଖ୍ୟାର ୪.୪ ପ୍ରତିଶତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.