Latest Odisha News

BREAKING NEWS

ତୁଳସୀକୁ ୧୨ଟି ଆମ୍ବର ମୂଲ୍ୟ ୧ଲକ୍ଷ ୨୦ ହଜାର

ଜାମସେଦପୁର : ୧୨ଟି ଆମ୍ବର ମୂଲ୍ୟ ୧ଲକ୍ଷ ୨୦ ହଜାର ଟଙ୍କା । ରାସ୍ତା କଡରେ ବସି ଆମ୍ବ ବିକ୍ରି କରୁଥିବା ୮ବର୍ଷର ଝିଅ ତୁଳସୀକୁ ମିଳିଛି ୧୨ଟି ଆମ୍ବର ଅ।କ।ଶଛୁଆଁ ମୂଲ୍ୟ । ଖାଲି ସେତିକିି ନୁହେଁ ଅର୍ଥ ସହିତ ଗୋଟିଏ ମୋବାଇଲ ଆଉ ୨ ବର୍ଷର ମାଗଣା ଇଣ୍ଟରନେଟ ବି ଦିଆଯାଇଛି ।

ସୋସିଆଲ ମିଡିଆ ବହୁ ଲୋକଙ୍କ ଭାଗ୍ୟ ବଦଳାଇ ଦେଇଛି । ରାସ୍ତା କଡରେ ବସିଥିବା ଲୋକ ବି ରାତାରାତି ଧନୀ ହୋଇଯିବାର ଆମେ ଭଲ ସେ ଜାଣିଛୁ । ସେମିତି ଏକ ଛୋଟ ଝିଅର ଭାଗ୍ୟ ବି ବଦଳିଯାଇଛି । ଝାଡ଼ଖଣ୍ଡ ଜାମସେଦପୁରର ୮ବର୍ଷର ଝିଅ ତୁଳସୀ । ପାଠ ପଢିବାକୁ ଆଉ ଆଗକୁ ବଢିବାର ଆଗ୍ରହ ବହୁତ । ହେଲେ ଅର୍ଥ ପାଲଟିଛି ପ୍ରତିବନ୍ଧକ । ହେଲେ ଏହି ଛୋଟ ଝିଅଟି ସେଥିରେ ହାର୍ ମାନିନଥିଲା ।

କରୋନା ଚାଲିଥିବା ବେଳେ ଅନ୍‌ଲାଇନ୍ କ୍ଲାସ୍ ଚାଲିଛି । ଆଉ ଅନ୍ କ୍ଲାସ ପାଇଁ ଦରକାର ମୋବାଇଲ । ଯାହାକି ଝିଅଟି ପାଖରେ ନଥିଲା । ଅର୍ଥ ବାଧକ ସାଜିଥିବା ବେଳେ ତୁଳସୀ ନିଜେ କିଛି ଆମ୍ବ ନେଇ ବିକ୍ରି କରିବାକୁ ବସିଯାଇଥିଲା ରାସ୍ତାକଡରେ । ଏହି ଘଟଣା ସୋସିଆଲ ମିଡିଆରେ ସେୟାର ହୋଇଥିଲା । ଆଉ ଏହାପରେ ତୁଳସୀଙ୍କୁ ମିଳିଥିଲା ଏହାର ମୂଲ୍ୟ ।

ବିଶ୍ୱାସ ବାହାରେ ଥିଲା ଜଣେ କିଏ ସହଯୋଗର ହାତ ବଢାଇବ ଆଉ ତୁଳସୀଙ୍କ ଭାଗ୍ୟ ସମ୍ପୁର୍ଣ୍ଣ ବଦଳିଯିବ । ଶେଷରେ ସେଇଆ ହିଁ ହେଲା । ଶେଷରେ ତୁଳସୀଙ୍କ ଭାଗ୍ୟ ବଦଳିଯାଇଛି । ତାଙ୍କର ଅନ୍ ଲାଇନ୍ କ୍ଲାସ ପାଇଁ ଫୋନ୍ ମିଳିଥିବା ବେଳେ ବିକ୍ରି କରୁଥିବା ଆମ୍ବର ମୂଲ୍ୟ ବି ଆକାଶ ଛୁଆଁ ରେଟରେ ମିଳିଛି ତୁଳସୀଙ୍କୁ …

Leave A Reply

Your email address will not be published.