Latest Odisha News

BREAKING NEWS

ଦେବଗଡ଼ ପୁରୁଣାଗଡ଼ ଠାରେ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼: ଓଡ଼ିଶାର ଯୁବପିଢିଙ୍କ ସ୍କିଲିଂ ବଢାଇବା ଦିଗରେ ସମ୍ବଲପୁର ଓ ଢେଙ୍କାନାଳ ପରେ ଆଜି ଦେବଗଡ ଠାରେ ଏନଏସଡିସିର ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’ (ଏସଆଇସି)ର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ଦେବଗଡ଼ ପାଇଁ ଆଜି ଏକ ଆନନ୍ଦର ଦିନ । ଦେବଗଡରର ପିଲା ମାନଙ୍କ ମଧ୍ୟରେ ଅନେକ ପ୍ରତିଭା ଅଛି । ସେହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ନୂଆ ଭାରତର ପ୍ରସ୍ତୁତି ପାଇଁ ଯୁବବର୍ଗଙ୍କୁ ଅଧିକରୁ ଅଧିକ ଦକ୍ଷ କରିବା ଲକ୍ଷ୍ୟରେ ଦେବଗଡ଼ରେ ସ୍କିଲ୍ ଇଣ୍ଡିଆ ସେଣ୍ଟର ଉଦଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ସ୍କିଲ ଇଣ୍ଡିଆ ଓ ଏନଏସଡିସି ସହଯୋଗରେ ସ୍ଥାପିତ ହୋଇଥିବା ଏହି ସେଣ୍ଟରରେ ଦେବଗଡ଼ ସମେତ ଆଖପାଖ ଅଞ୍ଚଳର ଯୁବକ ଯୁବତୀଙ୍କୁ ଭବିଷ୍ୟତର କାର୍ଯ୍ୟ ଗୁଡିକ ଉପରେ ବୈଶ୍ୱିକ ଢାଞ୍ଚାରେ ପ୍ରଶିକ୍ଷଣ ଦିଆଯିବ’ ।

ଷ୍ଟୋରିବୋର୍ଡ ଆଟିଷ୍ଟ, ଗ୍ରାଫିକ୍ସ ଡିଜାଇନ, ଗେମିଂ, କାର୍ଟୁନ, ଗ୍ରାଫିକ ଆର୍ଟ, ଆତିଥେୟତା, ଆଇଟି ସହାୟକା, ଲେଦର ଶିଳ୍ପ ସମେତ ବଡ ବଡ଼ ରେଷ୍ଟୁରାଣ୍ଟରେ କାମ କରିବା ପାଇଁ ୧୦ଟି କ୍ଷେତ୍ରରେ ତାଲିମ ଦିଆଯିବାର ବ୍ୟବସ୍ଥା ରହିଛି । ତାଲିମ ନେବା ପରେ ସେମାନଙ୍କୁ ଟୁଲକିଟ୍ ଦିଆଯିବ ।

ବଡ ବଡ ସହରରେ ଅନୁଷ୍ଠାନ ଗୁଡିକ ଏହି ପ୍ରଶିକ୍ଷଣ ପାଇଁ ୫୦ ହଜାରରୁ ଲକ୍ଷେ ଟଙ୍କା ନେଉଥିବା ବେଳେ ଏନଏସଡିସି ସମେତ ଅନେକ ଶିଳ୍ପ ସମୂହର ସହଯୋଗରେ ସ୍ୱଳ୍ପ ମୂଲ୍ୟରେ ପିଲାଙ୍କୁ ତାଲିମ ଦିଆଯିବ । ବର୍ଷକୁ ୧୨୦୦ ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ପ୍ରଶିକ୍ଷିତ ହୋଇପାରିବେ ।

ଭାରତକୁ ବିଶ୍ୱର ଦକ୍ଷତା କ୍ଷେତ୍ରର ପେଣ୍ଠସ୍ଥଳୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନା ଅଛି । ବହୁସଂଖ୍ୟକ ଯୁବବର୍ଗର ଦେଶ ଭାରତ । ଭାରତର ଶକ୍ତି ଯୁବବର୍ଗଙ୍କ ମଧ୍ୟରେ ଅନ୍ତର୍ନିହିତ । ଆମର ଯୁବଶକ୍ତିଙ୍କୁ ଦକ୍ଷ ଓ ଆତ୍ମନିର୍ଭର କରିବା ମୋଦୀଙ୍କ ଗ୍ୟାରେଣ୍ଟି ହୋଇଛି । ଏହି ତାଲିମ୍ କେନ୍ଦ୍ର ଆଗାମୀ ଦନରେ ଯୁବକ ଯୁବତୀ ମାନଙ୍କୁ ରୋଜଗାର ଯୋଗାଇବା ସହ ଭବିଷ୍ୟତ ଗଠନ ଦିଗରେ ସହାୟକ ହେବ । କର୍ମ କ୍ଷେତ୍ରରେ ଯୁବକ ଯୁବତୀଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ ଦୁନିଆ ସହ ଯୋଡିବା ପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Comments are closed.