ଭୁବନେଶ୍ୱର: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍ଏସପି ବନ୍ଦ ହେବାର ପ୍ରଶ୍ନ ଉଠୁନି । ମୋଦି ସରକାର ସମୟରେ ଏମଏସପି ସର୍ବାଧିକ ବୃଦ୍ଧି କରାଯାଇଛି । ଓଡିଶାର ଚାଷୀଙ୍କଠାରୁ ଅଧିକ ପରିମାଣ ଓ ଅଧିକ ଅର୍ଥର ଖାଦ୍ୟଶସ୍ୟ କିଣାଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତରେ କୃଷି କ୍ଷେତ୍ରରେ ମୌଳିକ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ୩ଟି ବିଲକୁ ଆଇନରେ ପରିଣତ କରିଛନ୍ତି । ଭାରତ ବର୍ଷ ତଥା ଓଡିଶା ପରି ରାଜ୍ୟର ଅର୍ଥନୀତିରେ କୃଷିର ମୁଖ୍ୟ ଭୂମିକା ଅଛି । ଦଲାଲୀ ବ୍ୟବସ୍ଥା ବନ୍ଦ କରିବା ପାଇଁ କୃଷି ବିଲ ଆସିଛି । ଆତ୍ମନିର୍ଭର ଭାରତ ଯୋଜନାରେ ସରକାର ୧ଲକ୍ଷ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ କରି କାମ ଆରମ୍ଭ କରିଛନ୍ତି ।
ସେପଟେ ବିଜେଡି ମୁଖପାତ୍ର ତଥା ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ଯଦି ନୂତନ କୃଷି ଆଇନରେ ଏମଏସପି ନେଇ ପ୍ରତିଶ୍ରୁତି ଥାଆନ୍ତା ତେବେ କାହା ମନରେ ସନ୍ଦେହ ଉଠିନଥାନ୍ତା । ଏବେ ଆଂଶିକ ମଧ୍ୟସ୍ଥି ଅଛନ୍ତି । ଚୁକ୍ତିଭିତିକ ଫାର୍ମିଂ ହେଲେ ଅମ୍ବାନୀ ଓ ଅଦାନୀ ପରି ବଡ ମଧ୍ୟସ୍ଥି ଆସିବେ ।
Comments are closed.