Latest Odisha News

BREAKING NEWS

ଫ୍ରେଂଚ ଓପନ ଟେନିସ: ୪ର୍ଥ ରାଉଣ୍ଡରେ ପ୍ରବେଶ କଲେ ଟାଇଟଲ ଫେଭରାଇଟ ହାଲେପ୍‌

ପ୍ୟାରିସ:ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ବିଭାଗରେ ଟାଇଟଲ ଫେଭରାଇଟ ଭାବେ ବିବେଚନା କରାଯାଉଥିବା ରୋମାନିଆର ସାଇମନା ହାଲେପ ପ୍ରବେଶ କରିଛନ୍ତି । ତୃତୀୟ ରାଉଣ୍ଡରେ ସେ ଆମେରିକାର ଆମଣ୍ଡା ଆନିସିମୋଭାଙ୍କୁ ୬-୦, ୬-୧ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ପରବର୍ତୀ ରାଉଣ୍ଡରେ ହାଲେପ ଅଣସିଡେଡ ପୋଲାଣ୍ଡର ଇଗା ସ୍ପିଆଟେକଙ୍କୁ ଭେଟିବେ ।

ପୁରୁଷ ବିଭାଗରେ ଅଷ୍ଟ୍ରିଆର ଡୋମିନିକ ଥିମ୍ ନରୱେର କାସ୍କର ରୁଡଙ୍କୁ ୬-୪, ୬-୩, ୬-୧ ସେଟରେ ପରାସ୍ତ କରି ୪ର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

Leave A Reply

Your email address will not be published.