ଭୁବନେଶ୍ବର:ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦୀଙ୍କ ‘ମିଶନ ଲାଇଫ୍’ ର କଳ୍ପନାକୁ ଆଗକୁ ବଢାଇବା ପାଇଁ ଏହି ବିଶ୍ୱ ପରିବେଶ ଦିବସ ରେ ମା’ଙ୍କ ନାରେ ଗୋଟିଏ ଗଛ ୨.୦ ଅଭିଯାନ (#EkPedMaaKeNaam 2.0) ର ଶୁଭାରମ୍ଭ ହେଉଛି । ଏହି ଅଭିଯାନରେ ୧୦ କୋଟି ଗଛ ଲଗାଇବା ଲକ୍ଷ୍ୟ ରହିଛି । ଜୁନ୍ ୫ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୧୦ କୋଟି ଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଏକ୍ସ ଆକାଉଣ୍ଟରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଗଛ ଲଗାଇବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କ ‘ମିଶନ ଲାଇଫ୍’ ର କଳ୍ପନାକୁ ଆଗକୁ ବଢାଇବା ପାଇଁ ଏହି ‘ବିଶ୍ୱ ପରିବେଶ ଦିବସ’ରେ #EkPedMaaKeNaam 2.0 ର ଶୁଭାରମ୍ଭ ହେଉଛି । ଏହି ଅଭିଯାନରେ ୧୦ କୋଟି ଗଛ ଲଗାଇବା ଆମର ଲକ୍ଷ୍ୟ ରହିଛି ।
“ମା’ଙ୍କ ନାମରେ ଗୋଟିଏ ଗଛ ୨.୦” ଅଭିଯାନ ପ୍ରକୃତି ପ୍ରତି ଥିବା ଆମର ସ୍ନେହ ଏବଂ… pic.twitter.com/dyvOVxdCxC
— Dharmendra Pradhan (@dpradhanbjp) June 4, 2025
ସେ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, “ମା’ଙ୍କ ନାମରେ ଗୋଟିଏ ଗଛ ୨.୦” ଅଭିଯାନ ପ୍ରକୃତି ପ୍ରତି ଥିବା ଆମର ସ୍ନେହ ଏବଂ ଦାୟିତ୍ୱବୋଧତାର ସ୍ୱରୂପ ଅଟେ । ଦେଶବାସୀ, ବିଶେଷ ଭାବରେ ମୋର ପ୍ରିୟ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ, ସେମାନେ ନିଜ ମା’ଙ୍କ ନାମରେ ବୃକ୍ଷରୋପଣ କରିବା ସହ ସଚେତନତା ସୃଷ୍ଟି କରନ୍ତୁ ।ମା’ଙ୍କ ନାମରେ ଗୋଟିଏ ଗଛ” – ପ୍ରକୃତିର ସମ୍ମାନ ପ୍ରତି ଏକ ବଡ଼ ପ୍ରତିଜ୍ଞା ।
ସମସ୍ତେ ନିଜର ମା’ଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ , ତାହାର ସୁରକ୍ଷା ଓ ଯତ୍ନ ନିଅନ୍ତୁ । ସେହି ଗଛକୁ ବଡ଼ ହେବାକୁ ଦିଅନ୍ତୁ ଏବଂ ଏହାର କାହଣୀ ଅନ୍ୟମାନଙ୍କୁ କୁହନ୍ତୁ ବୋଲି ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।
Comments are closed.