Latest Odisha News

ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଆହତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ ଶନିବାର ଦିନ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ପିଲିବିତ ଗସ୍ତରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି।

ମନ୍ତ୍ରୀଙ୍କ କନଭେ ବାଟରେ ଅନ୍ୟ ଏକ ଗାଡି ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଜିତିନ ପ୍ରସାଦଙ୍କ ବ୍ୟତୀତ ତାଙ୍କ ରୋଷେୟା ଏବଂ ବ୍ୟକ୍ତିଗତ ସଚିବ ମଧ୍ୟ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଘଟଣାସ୍ଥଳରେ ଛାଡି ଦେଇ ମନ୍ତ୍ରୀ ଅନ୍ୟ ଏକ ଗାଡିରେ ତାଙ୍କ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ପଳାଇଯାଇଥିଲେ।

ତେବେ ଏହି ଘଟଣା ଘଟିଛି ମାଝୋଲା-ବିଜୟ ରୋଡର ବାହାରୁଆ ଗାଁ ରାସ୍ତାରେ।

 

Comments are closed.