Latest Odisha News

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍ ପୁଣି ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍ ପୁଣି ଅସୁସ୍ଥ। ଦିଲ୍ଲୀ ଏମ୍‌ସର ନ୍ୟୁ ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି । ଗତ ୧୧ରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ଜୁଏଲ୍। ଛାତି ରୋଗ ବିଭାଗର ମୁଖ୍ୟ ଡାକ୍ତର ଅନନ୍ତ ମୋନହଙ୍କ ତତ୍ତ୍ୱାବଧାନରେ ସେ ଚିକିତ୍ସିତ ହେଉଛନ୍ତି। ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିତର ଥିବା ଡାକ୍ତର କହିଛନ୍ତି।

ସୂଚନା ଥାଉକି ଗତ ଶନିବାର ଜୁଏଲଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଥିଲା। ବହୁ ଦିନ ଧରି ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଅସୁସ୍ଥ ରହୁଥିଲେ। ଗତକାଲିକାଲି ଜୁଏଲଙ୍କ ପୈତୃକ ଗ୍ରାମ କେନ୍ଦୁଡ଼ିହିରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା।

ଡେଙ୍ଗୁରେ ଆକ୍ରାନ୍ତ ହୋଇ ସାମାନ୍ୟ ସୁସ୍ଥତା ପରେ ଜୁଏଲ ପତ୍ନୀଙ୍କ ଶେଷ କ୍ରିୟା ପାଇଁ ଗାଁକୁ ଆସିଥିଲେ। ସୋମବାର ରାତିରେ ସେ ଦିଲ୍ଲୀ ଯାଉଥିବା ବେଳେ ପୁଣିଥରେ ଅସୁସ୍ଥ ଅନୁଭବ କରିବାରୁ ଏୟାରପୋର୍ଟରୁ ସିଧାସଳଖ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି।

Comments are closed.