Latest Odisha News

BREAKING NEWS

ଓଡିଶା ଆସିବେ କେନ୍ଦ୍ର ସଡକ ମନ୍ତ୍ରୀ ଗଡକରୀ

ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଆସନ୍ତା ଏପ୍ରିଲ ୧୭ରେ ଓଡ଼ିଶା ଆସିବେ ନୀତିନ ଗଡ଼କରୀ । କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ । ଏଥିସହିତ ବିଭିନ୍ନ ଏନଏଚଏଆଇ ପ୍ରକଳ୍ପର ସମୀକ୍ଷା କରିବେ । ଏହି ଗସ୍ତରେ ବରମୁଣ୍ଡା ଗ୍ରାଉଣ୍ଡରେ  ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ୫ ହଜାର କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ଗଡକରୀ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ।

ତେବେ ଏହି ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ୨ ଦିନିଆ ଓଡିଶା ଗସ୍ତରେ ଆସିଥିବା ବେଳେ, ରାଜ୍ୟକୁ ଭେଟି ଦେଇଯାଇଛନ୍ତି, ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ । ଯେଉଁଥିରେ ପାଖାପାଖି ୩ ଲକ୍ଷରୁ ଉର୍ଦ୍ଧ୍ବ ପରିବାର ଉପକୃତ ହେବେ । ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍ଵାସ୍ଥ୍ୟ ବୀମା ଯୋଜନା ମିଳିତ ଭାବେ ଲାଗୁ ହୋଇଛି ।

ଯେଉଁଥିରେ  ରାଜ୍ୟର ୧ କୋଟି ପରିବାରର ପ୍ରାୟ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଏହି ସ୍ବାସ୍ଥ୍ୟକାର୍ଡ । ଏହି କାର୍ଡ ଜରିଆରେ ଦେଶର ୨୯ ହଜାର ହସ୍ପିଟାଲରେ ସ୍ଵାସ୍ଥ୍ୟ ସେବା ପାଇପାରିବେ ରାଜ୍ୟବାସୀ । ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ବି ଏହି ସ୍ଵାସ୍ଥ୍ୟବୀମାର ସୁବିଧା ମିଳିବ । ସେହପରି ଦାଦନ ଶ୍ରମିକମାନେ ମଧ୍ୟ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍ଵାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ ହେବେ । ରାଜ୍ୟ ବାହାରେ ମଧ୍ୟ ମାଗଣା ଚିକିତ୍ସାର ଲାଭ ଉଠାଇପାରିବେ ରାଜ୍ୟ ବାସୀ । ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଛର୍ଚ୍ଚ ବହନ କରିବେ ସରକାର ।

Comments are closed.