Latest Odisha News

BREAKING NEWS

ପୁରୀର ବିକାଶମୟ କାର୍ଯ୍ୟକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ

ପୁରୀ: ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ପୁରୀର ବିକାଶ କାର୍ଯ୍ୟ ଲାଗି ଓଡିଶା ସରକାରଙ୍କର ପ୍ରଶଂସା କରିଛନ୍ତି ।

“ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବିକାଶମୂଳକ କାର୍ଯ୍ୟ ବାସ୍ତବରେ ପ୍ରଶଂସନୀୟ । ପୁରୀର ବିକାଶ ଲାଗି ଆଗକୁ କେନ୍ଦ୍ର ମଧ୍ୟ ପ୍ରଚେଷ୍ଟା ଜାରି ରଖିବ” ବୋଲି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି, “ମହାପ୍ରଭୁଙ୍କର ଜଣେ ଭକ୍ତ ରୂପେ ମୁଁ ଚାହିଁବି ଯେ ରତ୍ନ ଭଣ୍ଡାର ଖୋଲାଯାଉ । ହେଲେ ଏହା ସ୍ଥାନୀୟ ପ୍ରଶାସନ ଉପରେ ହିଁ ନିର୍ଭର କରୁଛି । ରତ୍ନଭଣ୍ଡାରକୁ ଖୋଲିବା ନେଇ କୌଣସି ଅସହମତି ରହିବା ଉଚିତ୍ ନୁହେଁ” ।

Leave A Reply

Your email address will not be published.