Latest Odisha News

BREAKING NEWS

ପୁରୀ ଐତିହ୍ୟ କରିଡର ଯୋଜନାକୁ ଓଡିଶାବାସୀଙ୍କୁ ସମର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ହେରିଟେଜ୍ କରିଡର ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ସମର୍ପିତ କରିଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ସୋମବାର ଦିନ ଲୋକସେବା ଭବନରେ ଘୋଷଣା କରିଥିଲେ ।

ଏହାବ୍ୟତିିତ ମୁଖ୍ୟମନ୍ତ୍ରୀ ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର ପ୍ରକଳ୍ପରେ ଲୋକଙ୍କର ସହଯୋଗ ତଥା ସକ୍ରିୟ ଅଂଶଗ୍ରହଣ ପାଇଁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ।

https://youtu.be/QdqogprS4Uc

ଅପରପକ୍ଷରେ ଶ୍ରୀ ଜଗନ୍ନାଥ ମନ୍ଦିରକୁ ବିଶ୍ୱ ଐତିହ୍ୟରେ ପରିଣତ କରାଯାଉଥିବାବେଳେ ଏନେଇ ସରକାରଙ୍କ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି ।

ସେ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ ଏହାଦ୍ୱାରା ଯେଉଁବ୍ୟକ୍ତିମାନେ ସେମାନଙ୍କର ଜମି ହରାଇଛନ୍ତି ତଥା ଜମି ଦେଇଛନ୍ତି, ସେହି ବ୍ୟକ୍ତିବିଶେଷଙ୍କର ନାମ ସବୁଦିନ ପାଇଁ ଐତିହ୍ୟ କରିଡରରେ ଲିପିବଦ୍ଧ ହୋଇରହିବ । ଏହାବ୍ୟତିତ ହେରିଟେଜ ପାଇଁ ଅଧିଗୃହୀତ ହୋଇଥିବା ଜମିଗୁଡିକ ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ରହିବ ।

 

Leave A Reply

Your email address will not be published.