ଭୁବନେଶ୍ୱର: ଆସନ୍ତାକାଲି ତଥା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଖଦୀ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ପକ୍ଷରୁ କଟକ ଜିଲ୍ଲା ଚୌଦ୍ୱାରସ୍ଥିତ କଜଳକଣା ଇଡକୋ ଶିଳ୍ପାଂଚଳ ପରିସରରେ ଏକ ଟସର ରେଶମ ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ କରିବେ କେନ୍ଦ୍ର ମନ୍ତ୍ରୀ।
ସୂଚନା ଅନୁସାରେ, ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଏବଂ ମତ୍ସ୍ୟପାଳନ, ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ
ଶିଳାନ୍ୟାସ କାର୍ଯ୍ୟ ସମ୍ପାଦନ କରିବେ।
ଏତଦ ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଭିଡିଓ କନଫରେନ୍ସିଂ ଜରିଆରେ କଟକ ଜିଲ୍ଲାର ନୂଆପାଟଣାଠାରେ ଖଦୀ ସଂସ୍କାର ଓ ବିକାଶ କାର୍ଯ୍ୟକ୍ରମ (କେଆରଡିପି) ଅନ୍ତର୍ଗତ ତିନୋଟି ସାଧାରଣ ସୁବିଧା କେନ୍ଦ୍ର (ସିଏଫସି) ଏବଂ ଗତିରାଉତପାଟଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ମହୁ ମିଶନ ଅନ୍ତର୍ଗତ ମହୁଚାଷ ବିଦ୍ୟାଳୟ କାର୍ଯ୍ୟକ୍ରମର ଉଦଘାଟନ କରିବେ।
Comments are closed.