Latest Odisha News

BREAKING NEWS

ଦୁର୍ଗାଙ୍କ ଅବତାରରେ ନଜର ଆସିଲେ ନୁସରତ୍ ଜାହାନ; ମିଳିଲା ହତ୍ୟା ଧମକ

କଲିକତା: ଅଭିନେତ୍ରୀ ରୁ ନେତ୍ରୀ ସାଜିଥିବା ନୁସରତ ଅଲ୍ଲୀ ଜାହାନଙ୍କୁ ହତ୍ୟା ଧମକ। ବର୍ତ୍ତମାନ ବଙ୍ଗଳା ଚଳଚ୍ଚିତ୍ର ପାଇଁ ଲଣ୍ଡନରେ ସୁଟିଂ କରୁଥିବା ତୃଣମୂଳ କଂଗ୍ରେସର ସାଂସଦ ନୁସରତ ଜାହାନ ଏଥିପାଇଁ ଅତିରିକ୍ତ ସୁରକ୍ଷା ପାଇଁ ନିବେଦନ କରିଛନ୍ତି ।

ନୁସରତଙ୍କ କହିବା ଅନୁଯାୟୀ, ସେ ଦେବୀ ଦୁର୍ଗା ନାମକ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଦେବୀ ଦୁର୍ଗାଙ୍କ ଭୂମିକାରେ ନଜର ଆସିଥିଲେ । ଏହାପରେ ତାଙ୍କୁ ହତ୍ୟା ଧମକ ଆସୁଛି ।

ସେପ୍ଟେମ୍ବର ୧୭ରେ, ଜାହାନ ତାଙ୍କ ଇନଷ୍ଟାଗ୍ରାମ ଏବଂ ଟ୍ୱିଟର ଆକାଉଣ୍ଟରେ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ହିନ୍ଦୁ ଦେବୀ ପରି ପୋଷାକ ପିନ୍ଧିଥିଲେ ଏବଂ ଟ୍ମାଆ ଦୁର୍ଗାଙ୍କ ପାଇଁ ସଜ୍ଜିତ ହୋଇଥିଲେ। ଏଥିରେ ହଜାରରୁ ଅଧିକ କାମେଣ୍ଟ ପୋଷ୍ଟ କରାଯାଇଥିଲା । ଅଧିକାଂଶ କମେଣ୍ଟ ବାଂଲାଦେଶ ବାସିନ୍ଦାଙ୍କଠାରୁ ଆସିଥିବା ଜଣାପଡିଛି ।

ଅଧିକାଂଶ ଲୋକ ଅଭିନେତ୍ରୀଙ୍କୁ ପରିହାସ କରୁଥିବାବେଳେ କେତେକ ତାଳୟ କଟୁ ସମାଲୋଚନା କରିଥିଲେ।

ବଙ୍ଗାଳୀରେ ଏକ କମେଣ୍ଟରେ ଲେଖାଥିଲା “ତୁମେ ନିଜକୁ ବଞ୍ଚାଇବାକୁ ସମର୍ଥ ହେବ ନାହିଁ, ପୃଥିବୀର କୌଣସି ଭଗବାନ ତୁମକୁ ବଞ୍ଚାଇବାକୁ ସମର୍ଥ ହେବେ ନାହିଁ .. ତୁମର ମୃତ୍ୟୁ ପରେ ତୁମେ ତୁମର ଦୋଷ ଅନୁଭବ କରିବ ।

କୋଲକାତା ପୋଲିସ ମୁଖ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ଦେଇଥିବା ସୂଚନାନୁସାରେ,
ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ଏନେଇ କୌଣସି ସରକାରୀ ଅଭିଯୋଗ ଗ୍ରହଣ କରାଯାଇ ନାହିଁ। ଟିଏମସି ନେତାମାନେ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।

Leave A Reply

Your email address will not be published.