Latest Odisha News

BREAKING NEWS

ସାଗର ସମୃଦ୍ଧି ଡ୍ରେଜିଂ ମନିଟରିଂ ସିଷ୍ଟମ ଲଞ୍ଚ୍ କଲେ କେନ୍ଦ୍ର ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଶୁକ୍ରବାର ସାଗର ସମୃଦ୍ଧି ଅନଲାଇନ୍ ଡ୍ରେଜିଂ ମନିଟରିଂ ସିଷ୍ଟମ ଆରମ୍ଭ କରିଛନ୍ତି। ଏହା ସମୁଦ୍ର ଏବଂ ବନ୍ଦରକୁ ସଫା କରିବାରେ ସାହାଯ୍ୟ କରିବ। ମନ୍ତ୍ରଣାଳୟର ବୈଷୟିକ ଶାଖା, ନ୍ୟାସନାଲ ପୋର୍ଟ ୱାଟରୱେ ଏବଂ କୋଷ୍ଟ ଟେକ୍ନୋଲୋଜି ସେଣ୍ଟର (NTCPWC) ଦ୍ୱାରା ବିକଶିତ ହୋଇଥିବା ଏହି ସିଷ୍ଟମରୁ ଡ୍ରେଜିଂ ସମ୍ପର୍କରେ ରିଅଲ ଟାଇମ ସୂଚନା ମିଳିବ।

ଏହାକୁ ଲଞ୍ଚ କରିବା ବେଳେ ସୋନୋୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମକୁ ଜିରୋ ଡିଫେକ୍ଟ ଏବଂ ଜିରୋ ଇଫେକ୍ଟ ମନ୍ତ୍ର ଦେଇଛନ୍ତି। ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ ଅନୁଯାୟୀ ଉନ୍ନତ ଜ୍ଞାନକୌଶଳ ଯୁଗରେ ଅନଲାଇନ୍ ଡ୍ରେଜିଂ ମନିଟରିଂ ସିଷ୍ଟମ ବ୍ୟବହାର କରିବା ଦ୍ୱାରା ଗୋଟିଏ ପଟେ ସ୍ୱଚ୍ଛତା ଆସିବ ଏବଂ ଅନ୍ୟପଟେ ଦକ୍ଷତା ବୃଦ୍ଧି କରିବା ସହିତ ଡ୍ରେଜିଂର ମୂଲ୍ୟ ମଧ୍ୟ ହ୍ରାସ ହେବ।

ଡ୍ରେଜିଂ କ’ଣ ?
ଏକ ସ୍ୱତନ୍ତ୍ର ଯନ୍ତ୍ର ସାହାଯ୍ୟରେ ନଦୀ, କେନାଲ ଇତ୍ୟାଦିରେ ଜମା ହୋଇଥିବା କାଦୁଅକୁ ସଫା କରିବାର ପ୍ରକ୍ରିୟାକୁ ଡ୍ରେଜିଂ କୁହାଯାଏ। ସମୁଦ୍ର କୂଳରେ ଜାହାଜ ପରିବହନକୁ ସୁଗମ କରିବା ପାଇଁ ନିରନ୍ତର ଡ୍ରେଜିଂ ଆବଶ୍ୟକ।

Leave A Reply

Your email address will not be published.