Latest Odisha News

BREAKING NEWS

ପରକୀୟା ପ୍ରୀତି ସନ୍ଦେହରେ ବଳି ପଡ଼ିଲା ୫ ବର୍ଷର ଶିଶୁ, ମାରି ଟାଙ୍ଗି ଦେଲା ବାପା

ରାଉରକେଲା: ସ୍ତ୍ରୀର ପରକୀୟା ପ୍ରୀତିକୁ ସନ୍ଦେହ କରି ନିଜ ୫ ବର୍ଷର ଶିଶୁ ପୁତ୍ରକୁ ମାରି ଟାଙ୍ଗି ଦେଲା ବାପା। ଶନିବାର ସକାଳେ ରାଉରକେଲାର ଉଦିତନଗର ଥାନା ଶୀତଳପଡ଼ା ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି।ଅଭିଯୁକ୍ତ ଜଣଙ୍କ ହେଲେ ରାଜୁ ଲାକ୍ରା। ଖବର ପାଇ ପୁଲିସ  ଘଟଣା ସ୍ତଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ରାଜୁକୁ ଅଟକ ରଖି ପଚରାଉଚରା କରୁଛି।

BjdElectrycity

ମିଳିଥିବା ଖବର ଅନୁସାରେ, ରାଜୁ ଓ ତା ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା।  ସ୍ତ୍ରୀର ପରକୀୟା ସଂପର୍କକୁ ନେଇ ସେ କ୍ଷୁବ୍ଧ ଥିଲା ରାଜୁ। ଗତକାଲି ଅପରାହ୍ନ ୪ଟାରେ ରାଜୁ ନିଜ ସ୍ତ୍ରୀ ଜଣେ ଯୁବକ ସହିତ କେଉଁଆଡ଼େ ଚାଲିଯାଇଥିବା ନେଇ ପଡ଼ୋଶୀଙ୍କୁ କହିଥିଲା। ଆଉ ଆଜି ସକାଳେ ତା ପୁଅକୁ କିଏ ମାରି ଦେଇଛି ବୋଲି ବି କହିଥିଲା।

ଗାଁ ଲୋକେ ଯାଇ ଦେଖିଲା ବେଳକୁ ୫ ବର୍ଷର ଶିଶୁ ପୁତ୍ରକୁ ମାରି ଟାଙ୍ଗି ଦେଇଥିଲା ରାଜୁ। ଏହାପରେ ଗାଁଲୋକମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇଁ ରାଉରକେଲା ଉଦିତନଗର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ହତ୍ୟାକାଣ୍ଡର କାରଣ ଜଣାପଡି ନଥିଲେ ମଧ୍ୟ ଘରୋଇ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ପତ୍ନୀ ଘରୁ ଛାଡ଼ି ପଳାଇବାରୁ ରାଜୁ ପୁଅକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ପୁଲିସ ଓ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

 

Leave A Reply

Your email address will not be published.