Latest Odisha News

କଟକ ଡିଜିଏଫ୍ଟି ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରଣ ପ୍ରସଙ୍ଗ: କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ବୈଦେଶିକ ବାଣିଜ୍ୟ ନିଦେ୍ର୍ଧଶାଳୟ(ଡିଜିଏଫ୍ଟି)ର କଟକ ସ୍ଥିତ ଶାଖା କାର୍ଯ୍ୟାଳୟକୁ ବନ୍ଦ କରି ଏହାକୁ କଲିକତା ସହ ମିଶାଇବା ପାଇଁ ସ୍ଥାନାନ୍ତର ନିଷ୍ପତିର ପର୍ନବିଚାର କରିବା ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ମାମଲାରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କର କଟକ ସ୍ଥିତ ଡିଜିଏଫଟି ଆଂଚଳିକ କାର୍ଯ୍ୟାଳୟ ଓଡିଶାର ରପ୍ତାନୀ ଓ ଆମଦାନୀକାରୀ ମାନଙ୍କୁ ବିଭିନ୍ନ ପ୍ରକାର ବୈଷୟିକ
ସହାୟତା ଯୋଗାଇ ଦେଉଛି । ଅନ୍ତରାଷ୍ଟ୍ରୀୟ ବ୍ୟବସାୟର ବିକାଶ, ବିଶ୍ୱ ବାଣିଜ୍ୟ ଚୁକ୍ତି (ଡବ୍ଲୁଟିଓ) ଅନୁସାରେ କିମ୍ବା ବିଭିନ୍ନ ନିୟମକାନୁନ ତଥା ଆଂଟି ଡମ୍ପି ପ୍ରସଙ୍ଗରେ ଏହି କାର୍ଯ୍ୟାଳୟ ଓଡିଶାର ରପ୍ତାନୀକାରୀ ମାନଙ୍କୁ ସାହାଯ୍ୟ ସହଯୋଗ କରୁଅଛି ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଉପକୂଳବର୍ତୀ ରାଜ୍ୟ ଓଡିଶାରେ ପାରାଦୀପ ଭଳି ବନ୍ଦର ରହିଛି । ଦେଶରେ ଜାହାଜରେ ମାଲ୍ ରପ୍ତାନୀ କରିବା ଦିଗରେ ଏହି ବନ୍ଦର ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ଜାପାନକୁ ସାମୁ୍ଦ୍ରିକ ଖାଦ୍ୟ ରପ୍ତାନୀ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ବ୍ୟତିତ ରାଜ୍ୟର ଧାମରା ବନ୍ଦର ମଧ୍ୟ ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସାୟ ତଥା ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆନରେ ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଅଛି ।

ସେହିପରି ଭୁବନେଶ୍ୱର ବିମାନବନ୍ଦରକୁ ମୁଖ୍ୟ ଅନ୍ତର୍ଜାତୀୟ ବିମାନବନ୍ଦର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଓଡିଶା ସର୍ବାଧିକ ଖଣିଜ ଦ୍ରବ୍ୟ, ହସ୍ତତନ୍ତ, ବନଜାତ ଦ୍ରବ୍ୟ, ସାମୁଦ୍ରିକ ଖାଦ୍ୟ ଏବଂ କୃଷି ଜାତ ଦ୍ରବ୍ୟ ରପ୍ତାନୀ କରୁଅଛି । ବୈଦେଶିକ ବାଣିଜ୍ୟ ନିଦେ୍ର୍ଧଶାଳୟ କଟକ ସ୍ଥିତ ଆଂଚଳିକ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ଏହାକୁ କଲିକତାର ପୂର୍ବତଟ ଡିଜିଏଫ୍ଟି କାର୍ଯ୍ୟାଳୟ ସହ ମିଶାଇବାକୁ ନିଷ୍ପତି ନେଇଥିବା
ବେଳେ ଓଡିଶାର ବିକାଶ ତଥା ରାଜ୍ୟର ଉପôାଦନକାରୀ ଓ ରପ୍ତାନୀର ଲାଭକୁ ଦୃଷ୍ଟିରେ ରଖି ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ପ୍ରଧାନ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Comments are closed.