Latest Odisha News

BREAKING NEWS

ଖେରି ଚାଷୀ ହତ୍ୟା ମାମଲା : କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଫେରାର

ଉତ୍ତରପ୍ରଦେଶ : ଲଖିମପୁର ଖେରି ଚାଷୀ ହତ୍ୟା ମାମଲାକୁ ନେଇ ତେଜୁଛି ରାଜନୀତି । ଗଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ତମାମ ବିରୋଧୀ । ଏହାସହ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରିବାକୁ ଦାବି ହୋଇଛି । ହେଲେ ଏବେ ଆଶିଷଙ୍କୁ ନେଇ ଜାରି ରହିଛି ସସପେନସ । ମାମଲା ତୀବ୍ର ହେଉଥିବା ବେଳେ, ଏବେ କୁଆଡେ ଗଲେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର । ଲଖିମପୁର ଘଟଣା ପରଠାରୁ ସେ ଫେରାର ଅଛନ୍ତି । ତାଙ୍କ ଠିକଣା ମିଳିଲେ ତୁରନ୍ତ ତାଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଆଇଜି ଲକ୍ଷ୍ମୀ ସିଂହ ।

ଗତ ରବିବାର ଅପରାହ୍ନରେ ଉତ୍ତରପ୍ରଦେଶ ଲଖିମପୁରରେ ଆନ୍ଦୋଳନକାରୀ କୃଷକଙ୍କ ଉପରେ ସେ ଗାଡି ଚଢାଇ ଦେଇଥିବା ନେଇ ଅଭିଯୋଗ ରହିଛି । ଯେଉଁଥିରେ ୪ ଜଣଙ୍କ ଚାଷୀଙ୍କ ସହ ଅନ୍ୟ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ରବିବାରଠୁ ଏ ସଂପର୍କୀତ ଅନେକ ଭିଡିଓ ସାମ୍ନାକୁ ଆସିବା ପରେ ସାରା ଦେଶରେ ହଲଚଲ ସୃଷ୍ଟି ହୋଇଛି । ହେଲେ ୟୁପି ପୋଲିସ କିନ୍ତୁ ଘଟଣାରେ ସଂପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଛି । ଏପରି ଏକ ସମ୍ବେଦନଶୀଳ ଘଟଣାରେ ୟୁପି ପୋଲିସର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.