Latest Odisha News

BREAKING NEWS

ବିଶ୍ବର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମତି

ନୂଆଦିଲ୍ଲୀ : ବିଶ୍ବର ପ୍ରଥମ ମ୍ୟାଲେରିଆ ଟିକାକୁ ମିଳିଛି ଅନୁମତି । RTS, S-AS01କୁ ଅନୁମତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଏନେଇ ସୂଚନା ଦେଇଛନ୍ତି WHOର ମହାନିର୍ଦ୍ଦେଶକ ଟେଡରସ ଅଧନମ ଘେବ୍ରେସସ । ଏହି ଟିକାକୁ ଅନୁମତି ମିଳିବା ପରେ ବିଶ୍ବରେ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପୃଷ୍ଠା ଯୋଡି ହୋଇଛି । ପ୍ରତିବର୍ଷ ବିଶ୍ବରେ କେବଳ ମ୍ୟାଲେରିଆରେ ୪ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାଏ । ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଆଫ୍ରିକୀୟ ଶିଶୁ ଥାନ୍ତି ।

୨୦୧୯ରୁ ଘାନା, କେନିଆ ଓ ମାଲାଓ୍ବିରେ ଏହି ଟିକାର କ୍ଲିନିକାଲ ଟ୍ରାଏଲ ଚାଲିଥିଲା । ପ୍ରାୟ ୨୦ ଲକ୍ଷ ଡୋଜ ବିଭିନ୍ନ ବର୍ଗର ଲୋକଙ୍କୁ ଦିଆଯାଇଥିଲା । ଏହି ଟିକା ଜିଏସକେ ଫାର୍ମାସ୍ୟୁଟିକାଲ ଦ୍ବାରା ତିଆରି ହୋଇଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ଏଣିକି ଏହି ଟିକାକୁ ସାରା ବିଶ୍ବରେ ଦିଆଯାଇପାରିବ । ଦୁଇ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଏହି ଟିକାର ୪ଟି ଡୋଜ ଦେବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପରାମର୍ଶ ଦେଇଛି । ରିପୋର୍ଟ ଅନୁସାରେ, ପ୍ରତି ୨ ମିନିଟରେ ଜଣେ ଶିଶୁ ମ୍ୟାଲେରିଆରେ ପ୍ରାଣ ହରାଇଥାଏ । ମ୍ୟାଲେରିଆର ଲକ୍ଷଣ ଗୁଡିକ ହେଉଛି ଜ୍ବର, ମୁଣ୍ଡବ୍ୟଥା, ମାଂସପେଶୀ ଯନ୍ତ୍ରଣା, ଅଧିକ ଝାଳ ବାହାରିବା ଇତ୍ୟାଦି । ଏହି ଟିକା ନେବା ଦ୍ବାରା ଅତି ଗୁରୁତର ମ୍ୟାଲେରିଆ ବିପଦରୁ ମୁକ୍ତି ମିଳିଥାଏ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସ୍ବାସ୍ଥ୍ୟ ସଙ୍ଗଠନର ପ୍ରତିଷେଧକ ବିଭାଗ ନିର୍ଦ୍ଦେଶକ କେଟ୍ ଓବ୍ରିଏନ ।

Leave A Reply

Your email address will not be published.