ପାଟଣାଗଡ଼ : ପାଟଣାଗଡ଼ରେ ଅନୁଷ୍ଠିତ ହୋଇଛି ବିଜେପିର ଜନ ଆଶୀର୍ବାଦ ଯାତ୍ରା । ଶେଷ ଦିନରେ ଏହି ଆଶୀର୍ବାଦ ଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ପହଞ୍ଚିବା ପରେ ଗଙ୍ଗାସାଗର ଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରୁ ଏକ ବାଇକ ରାଲିରେ ମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ ବିଜେପି କର୍ମୀ । ଗଙ୍ଗାଧର ଜୟନ୍ତୀ ଅବସରରେ ପ୍ରଥମେ ଗଙ୍ଗାଧର ପାର୍କ ଠାରେ ଥିବା ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମନ୍ତ୍ରୀ । ରେଳମନ୍ତ୍ରୀଙ୍କ ସହିତ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଏବଂ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ମାଲ୍ୟାର୍ପଣ କରିଥିଲେ । ପରେ ମା’ ଦଶମତୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହାପରେ ପାଟଣାଗଡର ବିଭିନ୍ନ ସଂଗଠନ ବଲାଙ୍ଗିର ନୂଆପଡ଼ା ରେଳପଥ ଭାୟା ପାଟଣାଗଡ ଦେଇ କରିବାକୁ ଦାବି ପତ୍ର ପ୍ରଦାନ କରିଥିଲେ । ତେବେ ଏନେଇ ଖୁବଶୀଘ୍ର ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଏହାପରେ ବଲାଙ୍ଗିର ଅଭିମୁଖେ ଗସ୍ତ କରିଥିଲେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ।
BREAKING NEWS
- ଆଜିଠାରୁ ହବିଷ୍ୟାଳୀଙ୍କ ଅନଲାଇନ ଆବେଦନ…
- ଭୂକମ୍ପରେ ଥରିଲା ଆସାମର ନାଗାଓଁ; ତୀବ୍ରତା ୪.୫…
- Redeveloped Kalinga Studio:ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ;ରହିଛି ସ୍ନୋ-ହାଉସ୍ ସହ ଏହି ସମସ୍ତ ବ୍ୟବସ୍ଥା
- Nigeria military aircraft: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ୩୨ ଜଣଙ୍କୁ ନେଇ ଯାଉଥିଲା…
- ରଣଜୀ ଟ୍ରଫି: ଓଡିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ପୂନର୍ବାର ଅଧିନାୟକ ଦାୟିତ୍ୱ
- Passenger carrying precious stones:କଷ୍ଟମ୍ସ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ;ବ୍ୟାଙ୍କକରୁ କୋଟିକୋଟି ମୂଲ୍ୟର ମୂଲ୍ୟବାନ ପଥର ଆଣୁଥିବା ଯାତ୍ରୀ ଗିରଫ
- ଭାଇରାଲ ହେଉଛି ଗିଲଙ୍କ ମଜାଦାର ବୟାନ
- ଅପେକ୍ଷାର ଘଟିବ ଅନ୍ତ: ଖୁବଶୀଘ୍ର ହେବ SI ପଦବୀ ଲାଗି ସାନି ପରୀକ୍ଷା
- Suspicious death of film director:ହୋଟେଲ୍ ରୁମ୍ରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର
- ଏଲଏ୨୮ ଅଲିମ୍ପିକ୍ସ ପାଇଁ ହାଙ୍ଗଝୋଉ ଅପେକ୍ଷା ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଭାରତ ପାଇଁ ଅଧିକ ସଫଳ

Comments are closed.