Latest Odisha News

BREAKING NEWS

ଆରପାରିରେ ଭାରତର ମହାନ ଫୁଟବଲର ଶାହିଦ ହକିମ

ନୂଆଦିଲ୍ଲୀ: ମହାନ ଭାରତୀୟ ଫୁଟବଲ ସୟେଦ ଶାହିଦ ହକିମଙ୍କ ଆଜି ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୧୯୬୦ ଅଲିମ୍ପିକ୍ସରେ ସେ ଭାରତ ପକ୍ଷରୁ ଖେଳିଥିଲେ । ୫ ଦଶନ୍ଧି ଧରି ଭାରତୀୟ ଫୁଟବଲ ସହିତ ଜଡିତ ଥିବା ହକିମ ଦ୍ରୋଣାଚାର୍ଯ୍ୟ ଏବଂ ଧ୍ୟାନଚାନ୍ଦ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ୧୯୮୨ ଏସିଆନ ଗେମ୍ସରେ ସେ ସହକାରୀ କୋଚ ଦାୟିତ୍ୱ ତୁଲାଇଥିଲେ । ଏହା ପରେ ସେ ଜାତୀୟ ଦଳ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କ୍ଲବା ମୂଖ୍ୟ କୋଚ ହୋଇଥିଲେ ।

ଏହା ବ୍ୟତୀତ ସେ ଫିଫା ଆନ୍ତର୍ଜାତୀୟ ରେଫରୀ ଏବଂ ସାଇର ଆଂଚଳିତ ନିର୍ଦ୍ଦେଶକ ରହିଥିଲେ । ନିକଟରେ ହଠାତ ତାଙ୍କୁ ହଠାତ ହାର୍ଟଆଟାକ ହୋଇଥିଲା । ଡାକ୍ତରଖାନରେ ଚିକିତ୍ସା କରାଯିବା ସତ୍ୱେ ବଂଚାଯିବା ସମ୍ଭବପର ହୋଇ ନ ଥିଲା । ତାଙ୍କ ବିୟୋଗରେ ଭାରତୀୟ ଫୁଟବଲରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.