ପ୍ରତ୍ୟେକ ଯାନ ହେଉ ବା ବିମାନ ସମସ୍ତଙ୍କର ଚକ ଗୋଲାକାର ଏହା ନିଶ୍ଚୟ ଦେଖିଥିବେ । ପିଲାମାନଙ୍କର ଖେଳନାଗୁଡିକର ଚକ ମଧ୍ୟ ଗୋଲାକାର । କିନ୍ତୁ ଏମିତି ଜଣେ ବ୍ୟକ୍ତି ଯିଏ ଏକ ସାଇକେଲ ପ୍ରସ୍ତୁତ କରିଛନ୍ତି, ଯାହାର ଚକା ଗୋଲାକାର ନ କରି ବର୍ଗାକାର କରିଛନ୍ତି । ଏବେ ଏହି ଅଜବ ସାଇକେଲର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ରାସ୍ତାରେ ଏକ ସାଇକେଲ ନେଇ ଯାଉଛନ୍ତି । ଯାହାକୁ ଦେଖିବାକୁ ଲୋକେ ଗାଡ଼ି ଅଟକାଇ ରହୁଛନ୍ତି । ସାଇକେଲଟି ଦେଖିବାକୁ ଅଜବ ଲାଗୁଥିôଲା । କାରଣ ସାଇକେଲର ଚକା ଗୋଲାକାର ନ ହୋଇ ବର୍ଗାକାର ଥିଲା । ଏହି ସୁନ୍ଦର ସାଇକେଲକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବାସ୍ତବରେ ସାଧାରଣ ସାଇକେଲ ଚାଲିବା ସମୟରେ ଏହାର ରିମ୍ ଘୁରିଥାଏ । କିନ୍ତୁ ଏହି ସାଇକେଲର ରିମ୍ ସ୍ଥିର ଥିବା ବେଳେ ଏହା ଉପରେ ଲଗାଯାଇଥିବା ରବର ଟାୟାର ବୁଲୁଥିବା ଦେଖିବାକୁ ମିଳିଛି । ଏହି ସାଇକେଲର ଗତି ମଧ୍ୟ ଅନ୍ୟ ସାଇକେଲଠାରୁ ମନ୍ଥର । ଏହି ସାଇକେଲକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି ।
Comments are closed.