Latest Odisha News

ମୋବାଇଲ ଟାୱାରକୁ ଚୋରି କରି ନେଲେ ଚୋର: ଲୋକେ ଦେଖି ଆଶ୍ଚର୍ଯ୍ୟ

ପାଟନା: ସୁନା,ଟଙ୍କା,ଗାଡ଼ି କିମ୍ବା ମୋବାଇଲ ଚୋରି ହେବା କଥା ସମସ୍ତେ ଜାଣନ୍ତି । କିନ୍ତୁ କେବେ ଶୁଣିଛନ୍ତି ମୋବାଇଲ ଟାୱାରକୁ ଚୋର ଚୋରି କରି ନେବା । କିନ୍ତୁ ବିହାରର ମୁଜାଫରପୁରରେ ଚୋରମାନେ ଏକ ମୋବାଇଲ ଟାୱାରକୁ ଚୋରି କରି ନେଇଛନ୍ତି, ଯାହାକୁ ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ମୁଜାଫରପୁରର ସଦର ଥାନା ଅଞ୍ଚଳରେ ରହୁଥିବା ମନୀଷ କୁମାରଙ୍କ ଆବାସିକ କମ୍ପେ୍ଲକ୍ସରେ ଏକ ମୋବାଇଲ ଟାୱାର ସ୍ଥାପିତ କରାଯାଇଥିଲା । ଏହି ଟାୱାରଟି ଅନେକ ଦିନ ଧରି ଅଚଳ ହୋଇ ପଡ଼ି ରହିଥିଲା । ଦିନେ ସ୍ଥାନୀୟ ଲୋକେ ଉକ୍ତ ଟାୱାରଟି ନ ଥିବା ଦେଖି ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଛି । ଏହି ଟାୱାରର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ । ଏଥିସହ ଚୋରମାନେ ଡିଜେଲ ଜେନେରେଟର ଓ ଷ୍ଟାବିଲାଇଜରକୁ ମଧ୍ୟ ନେଇ ଯାଇଛନ୍ତି ।
ସ୍ଥାନୀୟ ଲୋକଙ୍କ କହିବା କଥା, କିଛି ଦିନ ପୂର୍ବରୁ ୫ ଜଣ ଲୋକ ଟାୱାର ଖୋଲିବାକୁ ଆସିଥିଲେ । ଟାୱାର ଖୋଲିବା ପରେ ଏହାକୁ ଏକ ଟ୍ରକରେ ଲୋଡ କରି ନେଇଯାଇଥିଲେ ବୋଲି କହିଛନ୍ତି ।

Leave A Reply

Your email address will not be published.