Latest Odisha News

BREAKING NEWS

୧୦ ବର୍ଷ ହେଲା ରାସ୍ତାରେ ଥିବା ଖାଲରେ ନୁଡୁଲ୍ସ ପୋତୁଛନ୍ତି ଯୁବକ, କାରଣ ଜାଣିଲେ କରିବେ ପ୍ରଶଂସା

ବ୍ରିଟେନ: ଅନେକ ରାସ୍ତାରେ ବଡ଼ ବଡ଼ ଖାଲଖମା ଥିବା ସମସ୍ତେ ଦେଖିଥିବେ ନିଶ୍ଚୟ । କାରଣ ଏହି ଖାଲଖମା ଯୋଗୁ ପଥଚାରୀ ହୁଅନ୍ତୁ ବା ଗାଡ଼ିଚାଳକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଆଉ ବର୍ଷା ଦିନେ ଏହି ସମସ୍ୟା ଦ୍ୱିଗୁଣିତ ହୋଇଥାଏ । ଅନେକ ସମୟରେ ରାସ୍ତା ମରାମତି ପାଇଁ ବାରମ୍ବାର ସ୍ଥାନୀୟ ଲୋକେ ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ମଧ୍ୟ କିଛି ସୁଫଳ ମିଳେ ନାହିଁ । ଏହି ସମସ୍ୟାକୁ ଦୂର କରିବା ପାଇଁ ବ୍ରିଟେନର ଜଣେ ବ୍ୟକ୍ତି ରାସ୍ତାରେ ଥିବା ଗାତକୁ ନୁଡ଼ୁଲ୍‌ସରେ ପୋତିବା ଆରମ୍ଭ କରିଛନ୍ତି । ଯାହାକୁ ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

ମାର୍କ ମୋରେଲ ଜଣେ ଅବସରପ୍ରାପ୍ତ ବ୍ରିଟିଶ ନାଗରିକ । ଲୋକମାନେ ତାଙ୍କୁ ଶ୍ରୀ ପୋଥୋଲ ନାମରେ ଜାଣନ୍ତି । ନିଜ ଅଞ୍ଚଳର ମୁଖ୍ୟ ସମସ୍ୟା ପାଲଟିଥିଲା ଖାଲଖମାରେ ଭର୍ତ୍ତି ରାସ୍ତା । ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ବାଧ୍ୟ ହୋଇ ରାସ୍ତା ସମସ୍ୟା ଦୂର କରିବାକୁ ନିଜେ ଅଣ୍ଟା ଭିଡ଼ିଲେ । ରାସ୍ତାର ଖାଲକୁ ଭରିବା ପାଇଁ ସେ ଭିନ୍ନ ଉପାୟ ଚିନ୍ତା କଲେ । ପ୍ରଥମେ ସେ ରାସ୍ତାରେ ଥିବା ଖାଲରେ ପ୍ଲାଷ୍ଟିକ ରଖିଲେ । ଯାହା ବର୍ଷା ଦିନେ ଭାସିଲା । ପରେ ଜନ୍ମଦିନର କେକ୍ ଆଣି ରଖିଲେ । ତଥାପି କିଛି ଲାଭ ହେଲାନାହିଁ । ପରେ ଖାଲକୁ ନୁଡ଼ୁଲ୍‌ସରେ ପୋତିବା ପାଇଁ ଚିନ୍ତା କଲେ । ବ୍ରିଟେନରେ ବିକ୍ରି ହେଉଥିବା ନୁଡୁଲ୍ସକୁ ଗାତରେ ଭରୁଛନ୍ତି । ସେ ଏପରି ବର୍ଷେ କି ଦି ବର୍ଷ ନୁହେଁ, ଦୀର୍ଘ ୧୦ ବର୍ଷ ହେଲା ନୁଡ଼ୁଲ୍ସ ପୋତୁଛନ୍ତି । ବାସ୍ତବରେ ଏପରି କରିବାର ମୁଖ୍ୟ ଉଦ୍ଦେଶ୍ୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା । ମାର୍କଙ୍କ କହିବା କଥା, ଗାଡ଼ି ଚାଳକମାନେ ଅସୁବିଧା ହେଉଥିଲେ ବି ଗାଡ଼ି ନେଇ ଯାଇପାରୁଛନ୍ତି । ବେଶୀ ଅସୁବିଧା ଭୋଗୁଛନ୍ତି ସାଇକେଲ ଆରୋହୀ । ତେଣୁ ଗାତ ଉପରେ ନଜର ପକାଇବା ପାଇଁ ସେ ପ୍ରତ୍ୟେକ ଦିନ ଗାତରେ ନୁଡ଼ୁଲ୍ସ ପୋତିଥାନ୍ତି । ଦେଶର ସମସ୍ତ ଖାଲ ଭରିବା ପର୍ଯ୍ୟନ୍ତ ସେ ଏହି କାମ ଜାରି ରଖିବେ ।

Leave A Reply

Your email address will not be published.