Latest Odisha News

BREAKING NEWS

ନିର୍ଭରଯୋଗ୍ୟ ଗୋବର ନିର୍ମିତ ଜାଳେଣୀ; ଜାଣନ୍ତୁ ଓଡ଼ିଶାର କେଉଁଠି ହେଉଛି ତିଆରି…

ଭୁବନେଶ୍ୱର: ଆପଣମାନେ ଗଛରୁ ବାହାରୁଥିବା କାଠ ସମ୍ପର୍କରେ ତ ଜାଣିଥିବେ କିନ୍ତୁ ଗୋବରରେ ତିଆରି କାଠ କଥା ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । ଯାହା ଏକପ୍ରକାର କାଠର ଭ୍ରମ ସୃଷ୍ଟି କରିଥାଏ।

ଏଭଳି ଏକ ଅଭିନବ ପଦକ୍ଷେପ ନେଇଛନ୍ତି କଟକ ନୂଆବଜାର ସ୍ଥିତ ଗୋ-ଶାଳା କର୍ତ୍ତୃପକ୍ଷ ।

ଗୋ-ଶାଳା ପରିସରରେ ଗାଇ ଗୋବରକୁ ନଷ୍ଟ ନ କରାଯାଇ ଏଭଳି ଏକ ଭିନ୍ନ ଢଙ୍ଗରେ ପ୍ରସ୍ତୁତ କରାଯାଉଛି ଗୋବର ଜାଳେଣୀ।

ଯାହା ଜାଳେଣୀ କାଠର ବିକଳ୍ପ ପାଲଟିବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

 

“ଘରେ କାଠ ଚୁଲା ଜଳାଇବା କିମ୍ବା ପୂଜା ସମୟରେ ଯଜ୍ଞରେ ହେଉ ଅବା ଶବ ଦାହ ସମୟରେ କାଠ ର ବହୁଳ ବ୍ୟବହାର କରାଯାଇଥାଏ । କେବଳ ଏତିକି ନୁହେଁ ବିଭିନ୍ନ ସମୟରେ କାଠରେ ନିଆଁ ଲଗାଇବା ପରେ ଏହାର ମାତ୍ରାଧିକ ଧୂଆଁ ବାୟୁମଣ୍ଡଳକୁ ମଧ୍ୟ ପ୍ରଭାବିତ କରିଥାଏ ।

ପରିବେଶକୁ ପ୍ରଦ୍ୟୁଷଣର ମାତ୍ରା କମ କରିବା ପାଇଁ ଅଦରକାରୀ ଗୋବର ଗୁଡିକୁ ନେଇ ନୂଆ ଉପାୟରେ ଏଠାରେ ଗୋବରରେ  ଏକପ୍ରକାର ଜାଳେଣୀ ନିର୍ମାଣ କରାଯାଉଛି । ଯେଉଁଠି କାଠ ଖଣ୍ଡର ବ୍ୟବହାର ହେଉଛି ସେଠି ଏହି ଗୋବରରେ ପ୍ରସ୍ତୁତ ଜାଳେଣୀ ମଧ୍ୟ ବ୍ୟବହାର ହୋଇପାରିବ । ଯାହା ପରିବେଶ ଉପଯୋଗୀ ହେବ” ବୋଲି କହିଛନ୍ତି ଗୋପାଳକୃଷ୍ଣ ଗୋଶାଳାର ସାଧାରଣ ସମ୍ପାଦକ ଗଣେଶ ପ୍ରସାଦ କଣ୍ଡୋଇ ସୂଚନା ପ୍ରଦାନ କରିଛନ୍ତି ।

ଏଠାରେ ଯନ୍ତ୍ରପାତି ଦ୍ୱାରା କାଠ ଖଣ୍ଡ ଭଳି ଅନୁରୂପ ଗୋବର ଜାଳେଣୀ ପ୍ରସ୍ତୁତ କରାଯାଉଛି । ଏହା ଶୁଖିଯିବା ପରେ ଯନ୍ତ୍ରପାତିର ଉପର ଭାଗରେ ରହିଥିବା ଚାମ୍ପରରେ ରଖାଯାଇଥାଏ । ପରେ ପ୍ରସେସିଂ ହୋଇ ଗୋଟିଏ ପରେ ଗୋଟିଏ କାଠ ଖଣ୍ଡ ସଦୃଶ୍ୟ ଗୋବର ରୋଲର ବାହାରିଥାଏ । ଏହାକୁ ଖରାରେ ଶୁଖିବା ପରେ ଜାଳେଣି ରୂପରେ ବ୍ୟବହାର କରାଯାଉଛି । ଗୋଟିଏ ଘଣ୍ଟାରେ ୧୦୦ ଖଣ୍ଡ ଗୋବର କାଠ ନିର୍ମାଣ କରାଯାଉଥିବା ବେଳେ ଏହାକୁ ଶୁଖିବା ଲାଗି ୧୦ରୁ ୧୫ ଦିନ ଲାଗିଥାଏ ବୋଲି କୁହନ୍ତି ଗୋ-ଶାଳା କାରିଗରମାନେ।

ଆହୁରି ମଧ୍ୟ “କଟକ ନୂଆବଜାର ଗୋ-ଶାଳାରେ ଶତାଧିକ ପରିମାଣରେ ଗାଇ ରଖାଯାଇଥାଏ । ପୂର୍ବରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ପରିମାଣରେ ଗୋବର ଏଠାରେ କୌଣସି କାର‌୍ୟ୍ୟରେ ଆସୁନଥିଲା । ମାତ୍ର ପଞ୍ଜାବରେ ଗୋବର କାଠର ବହୁଳ ବ୍ୟବହାର ଦେଖି ଆମକୁ ପ୍ରେରଣା ମିଳିଥିଲା” ବୋଲି ଗୋଶାଳା କର୍ମକର୍ତ୍ତା ଉମେଶ ପଟେଲ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.