Latest Odisha News

BREAKING NEWS

ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ‘ଘୁବୁକୁଡୁ’

ସମ୍ବଲପୁର: ପଶ୍ଚିମ ଓଡିଶାର ସଂସ୍କୃତି ଉପରେ ଆଧାରିତ ଲଘୁ ଫିଲ୍ମ ‘ଘୁବୁକୁଡୁ’ ଖୁବଶୀଘ୍ର ପ୍ରଦର୍ଶିତ ହେବାକୁ ଯାଉଛି ଦୁଇଟି ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ।

ସୁଶାନ୍ତ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଫାଷ୍ଟ-ଟାଇମ୍ ଫିଲ୍ମମେକର୍ ସେସନ୍ (ୟୁକେ) ଓ ସର୍ଟ ଲଙ୍ଗ ୱାର୍ଲ୍ଡ ଫେଷ୍ଟିଭାଲ୍ (ଆର୍ଜେଣ୍ଟିନା)ରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି ।

କିଛି ଲୋକ କଳାକାର ବଞ୍ଚିବା ପାଇଁ କିପରି ଦୈନନ୍ଦିନ ଜୀବନରେ ସଂଘର୍ଷ କରୁଛନ୍ତି, ସେନେଇ ଫିଲ୍ମରେ ଚିତ୍ରଣ କରାଯାଇଛି ।

ୱାଇ ଷ୍ଟାର୍ ସିନେ ଆଣ୍ଡ ଟେଲିଭିଜନ୍ ପ୍ରାଇଭେଟ୍ ଲି. ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ପବିତ୍ର ଦନସେନା, ଦେସୀନା ବେହେରା ଓ ଶ୍ରୀଜିତ ଶୁଭଙ୍କର ରାୟଗୁରୁ ପ୍ରମୁଖ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି ।

Leave A Reply

Your email address will not be published.