Latest Odisha News

ନିଆରା ଯୋଡ଼ି: ବେଦୀର ଆଗରେ ଚାଲିଲେ କନ୍ୟା, ପଛରେ ହ୍ୱିଲ ଚେୟାରରେ ଗଲେ ବର

ନୂଆଦିଲ୍ଲୀ: କଥାରେ ଅଛି ଭଗବାନ ଉପରୁ ହିଁ ଯୋଡ଼ି ଠିକ୍ କରିଥାନ୍ତି । ଏମିତି ଏକ ନିଆରା ଯୋଡ଼ିକୁ ଦେଖିବାକୁ ମିଳିଛି ଏକ ଭାଇରାଲ ଭିଡ଼ିଓରେ । ଯେଉଁଥିରେ ବେଦୀରେ ଜଣେ କନ୍ୟା ଆଗେ ଆଗେ ଚାଲିଥିବା ବେଳେ ବର ହୁଇଲ୍ ଚେୟାର ବସି କନ୍ୟା ପଛରେ ବୁଲୁଛନ୍ତି । ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଲୋକ ଏହି ଯୋଡ଼ିକୁ ଖୁବ୍ ପ୍ରଶଂସା କରୁଛନ୍ତି । ଆପଣ ଅନେକ ସମୟରେ ଦେଖିଥିବେ ଯେତେବେଳେ କୌଣସି ପୁଅ ପାଇଁ ଝିଅଟିଏ ଖୋଜାଯାଏ ସେତେବେଳେ ଝିଅର ଉଚ୍ଚତା, ଚେହେରା ଏବଂ ରଙ୍ଗକୁ ଦେଖାଯାଏ । ସେହିପରି ଯେତେବେଳେ କୌଣସି ଝିଅ ପାଇଁ ପୁଅ ଦେଖାଯାଏ ସେତେବେଳେ ପୁଅଟିର ରୋଜଗାର କେତେ, କେତେ ପାଠ ପଢିଛି ସେସବୁକୁ ଦେଖାଯାଏ । ତଥାପି ବେଳେବେଳେ ଏମିତି କିଛି ବାହାଘର ହୋଇଥାଏ ଯେତେବେଳେ ଏସବୁର କୌଣସି ଗୁରୁତ୍ୱ ନଥାଏ । ଆମ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଚେହେରା, ଶାରୀରିକ ଗଠନକୁ ଦେଖନ୍ତି ନାହିଁ ବରଂ ପୁଅ-ଝିଅଙ୍କ ମନକୁ ବୁଝନ୍ତି । ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏବେ ଏପରି କିଛି ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ।

ଏହି ଭିଡିଓକୁ ଛାପ୍ରାଜିଲା ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓରେ ବର ଏବଂ କନ୍ୟା ଅଗ୍ନି ଚାରିପଟେ ବୁଲୁଛନ୍ତି ଆଉ ସାତ ଜନ୍ମ ଧରି ସାଥିରେ ରହିବାର ଶପଥ ନେଉଛନ୍ତି । ଏହି ସମୟରେ କନ୍ୟା ଜଣକ ଆଗରେ ଚାଲୁଥିବାବେଳେ ବର ଏକ ହ୍ୱିଲ ଚେୟାରରେ ବସିଛନ୍ତି । ପାଖରେ ଠିଆ ହୋଇଥିବା ପରିବାର ସଦସ୍ୟ ଉଭୟଙ୍କ ଉପରେ ଫୁଲ ପକାଉଥିବାର ନଜର ଆସିଛନ୍ତି । ଏହି ଭିଡ଼ିଓକୁ ଦେଖିବା ପରେଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଅଭିନନ୍ଦନ, ଭଗବାନ ତୁମ ଦୁହିଁଙ୍କୁ ଖୁସି ରଖନ୍ତୁ । ଅନ୍ୟ ଜଣେ ଲେଖିଛନ୍ତି, କନ୍ୟାଙ୍କୁ ଧନ୍ୟବାଦ । ଯିଏ କି ବରଙ୍କ ହୃଦୟର ଭାଷାକୁ ପଢ଼ିପାରିଛନ୍ତି ।

Comments are closed.