Latest Odisha News

ମନ୍ତ୍ରୀଙ୍କ ପିଏ ପରିଚୟ ଦେଇ ଫୋନରେ କରୁଥିଲେ ପକେଟ୍ ଖାଲି

ଭୁବନେଶ୍ୱର: ହ୍ୟାଲୋ… ମୁଁ ମନ୍ତ୍ରୀଙ୍କ ପି.ଏ. କହୁଛି । ମନ୍ତ୍ରୀଙ୍କ ମାଆ ହୋମଯଜ୍ଞ କରିବେ । ଆପଣ ଯଜ୍ଞ ପାଇଁ କିଛି ସାହାଯ୍ୟ କରନ୍ତୁ ।… କିଛି ଏମିତି ଢଙ୍ଗରେ ଜାଲ ବିଛାଇଥିଲା କିନ୍ନର ମନିଷା ଓରଫ ସୌମ୍ୟ ରଞ୍ଜନ ପ୍ରଧାନ । କେତେବେଳେ ନେତା ତ କେତେବେଳେ ମନ୍ତ୍ରୀଙ୍କ ପିଏ ବୋଲି ପରିଚୟ ଦେଇ ବଡ଼ ବ୍ୟବସାୟୀଙ୍କୁ ଫୋନ୍ କରୁଥିଲା । ଫୋନରେ ବୁଝାଇବା ପରେ ୟୁପିଆଇ୍ ମାଧ୍ୟମରେ ଟଙ୍କା ମାଗୁଥିଲା ସୌମ୍ୟ ।

କିଛିଦିନ ତଳେ ସୌମ୍ୟରଞ୍ଜନ ବିକାଶ ସେହେଗିଲ୍ ନାମକ ଜଣେ ବ୍ୟବସାୟୀଙ୍କୁ ସମ୍ମାନ ଢଙ୍ଗରେ ମନ୍ତ୍ରୀଙ୍କ ପିଏ ପରିଚୟ ଦେଇ ଫୋନ୍ କରିଥିଲା । ଆଉ ମନ୍ତ୍ରୀଙ୍କ ମାଆ ଯଜ୍ଞ କରିବେ କହି ଫୋନ୍ ପେ ମାଧ୍ୟମରେ ଆଣିଥିଲା ୩୧ ହଜାର ୫ ଶହ ଟଙ୍କା । ଟଙ୍କା ଦେବାର କିଛିଦିନ ପରେ ବ୍ୟବସାୟୀ ଜଣଙ୍କ ରାଜନେତାଙ୍କ ପରିବାର ଲୋକଙ୍କ ଠାରୁ ଯଜ୍ଞ ହୋଇନଥିବା ଜାଣିବା ପରେ ସାଇବର ପୋଲିସର ଦ୍ୱାରସ୍ଥ ହୋଇଥିଲେ । ଏବେ କିନ୍ନର ମନିଷା ସହ ୨ ସହଯୋଗୀ ତୁଷାରକାନ୍ତ ବାଇ ଓ ସୁନୀଲ ସାମନ୍ତରାୟକୁ ସାଇବର ପୋଲିସ ଗିରଫ କରିଛି ।

ଠକେଇ ପାଇଁ ୨ ସହଯୋଗୀ ତୁଷାର ଓ ସୁନୀଲଙ୍କ ଆକାଉଣ୍ଟକୁ ବ୍ୟବହାର କରୁଥିଲା ସୌମ୍ୟ । ଠକେଇ ଅର୍ଥର ୧୦ ପ୍ରତିଶତ ଟଙ୍କା ସୌମ୍ୟ ୨ ଜଣଙ୍କୁ ଦେଉଥିଲା । ସୌମ୍ୟ ଜଣେ ପେଷାଦାର ଠକ ହୋଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ୮ଟି ମାମଲା ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.