Latest Odisha News

BREAKING NEWS

ପରିବାରର ୩ ପିଢି କଲେ ମାତୃତ୍ୱର ଫଟୋ ସୁଟ୍

ମାତୃତ୍ୱ ଫଟୋସୁଟ ଅତ୍ୟନ୍ତ ଭାବପ୍ରବଣ ଏବଂ ଅନେକ ସ୍ମୃତି ସଞ୍ଚୟ କରେ । କିନ୍ତୁ ଆଜି ଆମେ ଯେଉଁ ଦମ୍ପତିଙ୍କ ବିଷୟରେ କହୁଛୁ, ସେମାନଙ୍କର ମାତୃତ୍ୱ ଫଟୋ ସୁଟ୍ ପୁରା ସ୍ୱତନ୍ତ୍ର । ଏଠାରେ ତିନି ପିଢିର ଫଟୋ ସୁଟ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଫଟୋଗ୍ରାଫର ଜିବିନ୍ ଆନନ୍ଦ ତାଙ୍କ ପତ୍ନୀଙ୍କ ମାତୃତ୍ୱ ଫଟୋସୁଟ୍ କରିବା ପାଇଁ ସେ ନୂଆ ଆଇଡ଼ିଆ ଆପଣାଇଛନ୍ତି । ରୋମାନଚାମ ଫିଲ୍ମର ଏକ ଗୀତ ତାଙ୍କ ମନକୁ ଆସିଥିଲା । ଏହି ଗୀତରେ ଅନୁପ୍ରାଣିତ ହୋଇ ଜିବିନ ତାଙ୍କ ଜେଜେବାପା, ପିତାମାତା , ଶାଶୁଶଶୁରଏବଂ ପତ୍ନୀଙ୍କ ଫଟୋସୁଟରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଲେ । ପରିବାର ସଦସ୍ୟମାନେ ମଧ୍ୟ ଏହି ଧାରାର ଏକ ଅଂଶ ହେବାକୁ ରାଜି ହୋଇଥିଲେ । ଶେଷରେ ସମସ୍ତେ ମିଶି ଫଟୋ ସୁଟ୍ ବି କଲେ । ଏହି ଫଟୋ ସେୟାର ହେବା ମାତ୍ରେ ଏହା ଖୁବ୍ ଭାଇରାଲ ହୋଇଗଲା ।

ଫଟୋସୁଟ୍ କରିବା ପାଇଁ ସମସ୍ତଙ୍କୁ ଶୁଟ୍ ସ୍ଥାନକୁ ନିଆଯାଇଥିଲା । ଏହା ପରେ ଯୋଜନା ମୁତାବକ ତାଙ୍କ ଜେଜେମା,ମା, ଶାଶୁ ଓ ସ୍ତ୍ରୀ ପ୍ରଥମେ ଗର୍ଭବତୀ ହେବାର ଫଟୋ ସୁଟ୍ କଲେ । ପରେ ଏହି ମହିଳାମାନେ ନିଜ ସ୍ୱାମୀଙ୍କ ସହିତ ପୋଜ୍ ଦେଇଥିଲେ । ଯେତେବେଳେ ଜିବିନଙ୍କ ୮୭ ବର୍ଷ ବୟସ୍କା ଦାଦା ତାଙ୍କ ୮୦ ବର୍ଷିୟା ପତ୍ନୀଙ୍କୁ କପାଳରେ ଚୁମ୍ବନ ଦେଲେ, ତାଙ୍କ ସ୍ତ୍ରୀ ଗର୍ଭବତୀ ଥିବା ପରି ତାଙ୍କ ପେଟକୁ ଧରିଥିଲେ । ଜିବିନ୍ ତାଙ୍କ ପିତାମାତା ଏବଂ ଶାଶୁମାନଙ୍କ ସହିତ ସମାନ ପୋଜର ଫଟୋ ସୁଟ୍ କରିଥିଲେ ।
ପ୍ରେମ, ସ୍ନେହ ଏବଂ କୃତଜ୍ଞତାରେ ପରିପୂର୍ଣ୍ଣ ଏହି ଫଟୋସୁଟକୁ ଲୋକମାନେ ବହୁମାତ୍ରାରେ ପସନ୍ଦ କରୁଛନ୍ତି । ସ୍ୱାମୀଙ୍କ ଏହି ଅନନ୍ୟ ଫଟୋସୁଟ୍ ଆଇଡିଆରେ ଜିବିନଙ୍କ ପତ୍ନୀ ବହୁତ ଖୁସି ଅଛନ୍ତି । ସେ ତାଙ୍କର ତିନି ମାଆଙ୍କ ସହିତ ଏହି ଫଟୋସୁଟ କରିଥିଲେ ଏବଂ ବର୍ତ୍ତମାନ ଏହା ଭାଇରାଲ ହେବା ପରେ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.